/odisha-reporter/media/media_files/2025/09/25/sameer-2025-09-25-17-14-50.jpg)
ଆର୍ଯ୍ୟନ ଓ ସମୀର (ଫାଇଲ ଫଟୋ)
ଅଡ଼ୁଆରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବ୍ୟାଡସ ଅଫ ବଲିଉଡ। ୨୦୨୧ରେ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍ରେ ଗିରଫ କରି ଚର୍ଚ୍ଚାକୁ ଆସିଥିବା ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖେ(Sameer Wankhede)ଡେ ଏହି ୱେବସିରିଜ ବିରୋଧରେ ସାଂଘରତିକ ଅଭିଯୋଗ ଆଣିଛନ୍ତି। ସେ ଆର୍ଯ୍ୟନ ଖାନ ଓ ୱେବ ସିରିଜ ନିର୍ମାଣ କରିବା ପଛରେ ଥିବା ଲୋକଙ୍କ ବିରୋଧରେ ମାନହାନି କେସ୍ କରିଛନ୍ତି।
ଏହି ୱେବ ସିରିଜର ନିର୍ଦ୍ଦେଶକ ଆର୍ଯ୍ୟନ ଖାନ ହୋଇଥିବା ବେଳେ ଏହାର ପ୍ରଯୋଜକ ହେଉଛି ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ। ଏହି ପ୍ରଯୋଜକ ସଂସ୍ଥାର ମାଲିକ ହେଉଛନ୍ତି ଆର୍ଯ୍ୟନଙ୍କ ବାପା ଶାହରୁଖ(Shahrukh Khan) ଓ ମା’ ଗୌରୀ ଖାନ। ଏବେ ସମୀର ୱାଙ୍ଖେଡେ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ନେଟଫ୍ଲିକ୍ସ ବିରୋଧରେ ମାନହାନି ଅଭିଯୋଗ ଆଣିଛନ୍ତି।
ୱେବସିରିଜରେ ତାଙ୍କ ଚରିତ୍ରକୁ ଜାଣିଶୁଣି ଅପମାନିତ ଢଙ୍ଗରେ ପ୍ରଦର୍ଶନ କରାଯାଇଥିବା ସେ କହିଛନ୍ତି। ୨ କୋଟିର ମାନହାନି ଆବେଦନରେ କୁହାଯାଇଛି ଯେ ବ୍ୟାଡସ ଅଫ ବଲିଉଡରେ ସୀମରଙ୍କ ସମ୍ମାନକୁ ବେଶ ଅତିରଞ୍ଜିତ ଓ ଯୋଜନାବଦ୍ଧ ଭାବେ ସଂହାର କରାଯାଇଛି। ତେଣୁ ଟାଟା ସ୍ମାରକୀ କର୍କଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ୨ କୋଟି ଟଙ୍କାର କ୍ଷତି ପୂରଣ ଦିଆଯାଉ।
ଆବେଦନରେ ଆହୁରି କୁହାଯାଇଛି ଯେ ୱେବ ସିରିଜରେ ଡ୍ରଗ ନିରୋଧୀ ଏଜେନ୍ସିକୁ ଅତ୍ୟନ୍ତ ନକାରାତ୍ମକ ଢଙ୍ଗରେ ଚିତ୍ରିତ କରାଯାଇଛି। ଏହାଦ୍ୱାରା ଆଇନ ପ୍ରଣୟନକାରୀ ସଂସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିବାର ଆଶଙ୍କା ରହିଛି। ଗୋଟିଏ ଦୃଶ୍ୟରେ ଜଣେ ଚରିତ୍ର ସତ୍ୟ ମେବ ଜୟତେ କହିବା କ୍ଷଣି ତାଙ୍କୁ କଟାକ୍ଷ କରି ଆପତ୍ତିଜନକ ଭାବେ ମଝି ଆଙ୍ଗୁଠି ଦେଖାଯାଉଥିବାରୁ ଏହାକୁ ସମୀର ବିରୋଧ କରିଛନ୍ତି।
ଏପରି ଆଚରଣ ଜାତୀୟ ସମ୍ମାନ ଆଇନ ୧୯୭୧ର ଘୋର ଅପମାନ ଓ ଭାରତୀୟ ଆଇନ ଅନୁସାରେ ଦଣ୍ଡନୀୟ। ଦିଲ୍ଲୀ ହାଇକୋର୍ଟରେ ସମୀର ୱାଙ୍ଖେଡେ ଅଭିଯୋଗ କରିଥିବା ବେଳେ କୋର୍ଟ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
୨୦୨୧ ଅକ୍ଟୋବର ମାସରେ ଏନସିବି ପକ୍ଷରୁ ଗୋଟିଏ କ୍ରୁଜରେ ଡ୍ରଗ୍ସ ନିରୋଧ ଅପରେସନ କରାଯାଇଥିଲା। ତତ୍କାଳୀନ ଜୋନାଲ ଅଫିସର ସମୀର ଏହାର ନେତୃତ୍ୱ ନେଇଥିଲେ। ଏହି ସମୟରେ ଆର୍ଯ୍ୟନ(Aryan Khan)ଙ୍କ ସମେତ ଏକାଧିକ ଯୁବକ/ଯୁବତୀଙ୍କୁ ଡ୍ରଗ୍ସ ରଖିବା ଓ ସେବନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଆର୍ଯ୍ୟନଙ୍କୁ ଜାମିନ ମିଳିଥିଲା। କିଛି ମାସ ତଳେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଦୋଷମୁକ୍ତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
