Advertisment

BJD Politics: ରାଜ୍ୟସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସୌଭିକଙ୍କ ଭୋଟ ମିଳିବ ତ?

ନବୀନ ନିବାସ ଭିତରେ ପଶି ନବୀନଙ୍କୁତାକତ ଦେଖାଇଲେ ବିଜେଡି ନେତା ପ୍ରଭାତ ବିଶ୍ବାଳ । ପୂର୍ବରୁ ମୁଖିଆଙ୍କ ଆଗରେ ମଉନ ରହୁଥିବା ନେତା ଏବେ ବଡ ପାଟି କରି ଚିତ୍କାର କରି କହିଲେଣି, ରାଜ୍ୟସଭା ପାର୍ଥୀ ଘୋଷଣାରେ ନବୀନ ନେଇଛନ୍ତି ଏକ ତରଫା ନିଷ୍ପତ୍ତି ।

author-image
Lipsa Mohapatra
pravat

  • ନବୀନ ନିବାସରେ ନବୀନଙ୍କୁ ତାକତ ଦେଖାଇ ଦଳରୁ ବିଦା ହେଲେ ପ୍ରଭାତ ବିଶ୍ବାଳ
  • ପ୍ରଭାତଙ୍କ ରଣ ହୁଙ୍କାରରେ ନବୀନ ପ୍ରାୟ 20 ମିନିଟ୍ ଭିତରେ ବସି ରହିଲେ!
  • ନବୀନଙ୍କୁ ପଚାରିଲେ ରାଜ୍ୟସଭା ପାଇଁ କାହାକୁ କରିଦେଲ ବିଜେଡି ପ୍ରାର୍ଥୀ ?
  • ନବୀନଙ୍କୁ ତାକତ ଦେଖାଇ ଥିବାରୁ ଦଳରୁ ତଡ଼ା ଖାଇଲେ ପ୍ରଭାତ ବିଶ୍ୱାଲ 
  • ପ୍ରଭାତ ଦଳରୁ ବିଦା ହେଲେ , ଏବେ ସୌଭିକଙ୍କ ଭୋଟ୍ କାହାକୁ ଯିବ ?
  • ବାପାଙ୍କ ଅପମାନ ସହି ସୌଭିକ ଆଉ ବିଜେଡିକୁ ଭୋଟ୍ ଦେବେ ତ ?
Advertisment

ନବୀନଙ୍କ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ  କରି ବିଜେଡିରୁ ବିଦା ହୋଇଛନ୍ତି ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ(Pravat Biswal) । ବିଜେଡି(BjD) ପ୍ରେସ ରିଲିଜ ଦେଇ ପ୍ରଭାତଙ୍କୁ ଦଳ ବହିଷ୍କାର କରିଥିବା କଥା ଉଲ୍ଲେଖ କରିଛି । ଏହାପରେ ଏବେ ନଜର ତାଙ୍କ ବିଧାୟକ ପୁଅ ସୌଭିକ ବିଶ୍ବାଳଙ୍କ ଉପରେ । ରାଜ୍ୟସଭାରେ ବିଜେଡି ପ୍ରାର୍ଥୀଙ୍କୁ ସୌଭିକଙ୍କ ଭୋଟ ମିଳିବ ତ? ସୌଭିକ ବାପାଙ୍କ ଅପମାନ ସହିବେ ତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। 

ନବୀନ ନିବାସ ଭିତରେ ପଶି ନବୀନଙ୍କୁ ତାକତ ଦେଖାଇଲେ ବିଜେଡି ନେତା ପ୍ରଭାତ ବିଶ୍ବାଳ । ପୂର୍ବରୁ ମୁଖିଆଙ୍କ ଆଗରେ ମଉନ ରହୁଥିବା ନେତା ଏବେ ବଡ ପାଟି କରି ଚିତ୍କାର କରି କହିଲେଣି, ରାଜ୍ୟସଭା ପାର୍ଥୀ ଘୋଷଣାରେ ନବୀନ ନେଇଛନ୍ତି ଏକତରଫା ନିଷ୍ପତ୍ତି । ଯିଏ 4 ହଜାର କୋଟି ଖାଇଗଲା, ଆଉ ମାସେ ଦୁଇ ମାସରେ ଦଳର ବାକି 8 ଶହ କୋଟି ଖାଇଯିବ,ସେଭଳି ଲୋକଙ୍କୁ ନବୀନ ରାଜ୍ୟସଭା ପ୍ରାର୍ଥୀ କଲେ । ଯିଏ ଦଳ ପାଇଁ କାମ କରିଛି, ତାକୁ ରାଜ୍ୟସଭା ପଠାଇ ରିୱାର୍ଡ ଦେବାର ଥିଲା କହି ପରୋକ୍ଷରେ ସୁଜାତାଙ୍କ ପାଇଁ ପୁଣି ଓକିଲାତି କରିଛନ୍ତି ପ୍ରଭାତ ସବୁଠାରୁ ବଡ଼ କଥା ହେଉଛି ପ୍ରଭାତ ଏ ସବୁ ନବୀନଙ୍କ ଘର ନବୀନ ନିବାସରେ ହିଁ କହୁଥିଲେ ଆଉ କରୁଥିଲେ। 

Advertisment

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପୂର୍ବରୁ ଶନିବାର ନବୀନ ନିବାସରେ ସମସ୍ତ ବିଧାୟକଙ୍କୁ ଡକାଇଥିଲେ ପାର୍ଟି ସୁପ୍ରିମୋ । ଦିନ ପ୍ରାୟ 12ଟା ବେଳେ ଘୋଷଣା ହୋଇଥାନ୍ତା ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ । କିନ୍ତୁ ଠିକ୍ ସେହି ସମୟରେ ନବୀନ ନିବାସରେ  ପହଞ୍ଚିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ଆଉ ତା ପରେ ସମସ୍ତଙ୍କ ଉପସ୍ଥିତିରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଦେଖି ଖୁବ୍ ବର୍ଷିଥିଲେ ପ୍ରଭାତ । ପ୍ରଭାତଙ୍କ ହୋହଲ୍ଲାରେ ରାଗି ଉଠିଯାଇଥିଲେ ସୁପ୍ରିମୋ , ଆଉ 25 ବର୍ଷ ତଳର କଥା ମନେ ପକାଇ ପ୍ରଭାତଙ୍କୁ ନବୀନ କହିଥିଲେ , ତୁମ୍ ମେରା ସିସା ତୋଡ୍ ଦିଆନବୀନଙ୍କ ମୁହଁରୁ ସେହି ପୁରୁଣା କଥା ଶୁଣି ଆହୁରି ଫଁ ଫଁ ହୋଇଥିଲେ ପ୍ରଭାତ । ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଅରୁଣ ଉଭୟ ପ୍ରଭାତ ଓ ପୁଅ ସୌଭିକଙ୍କୁ ଆଣି ଗୋଟିଏ ରୁମରେ ବସାଇ ଦେଇଥିଲେ । ନବୀନଙ୍କ ସହ ନବୀନ ନିବାସର ପ୍ରଭାତଙ୍କ ଥରେ ନୁହେଁ ଦୁଇ ଦୁଇ ଥର କୁଆଡ଼େ ମୁହାଁମୁହିଁ ହୋଇଥିଲା। 

ତେବେ ସଂତୃପ୍ତ ମିଶ୍ରଙ୍କୁ ବିଜେଡି ରାଜ୍ୟସଭା ପଠାଇବା ନେଇ କେବଳ ପ୍ରଭାତ ବିଶ୍ବାଳ ନୁହେଁ, ବରିଷ୍ଠ ବିଧାୟକ ରାଜା ସ୍ବାଇଁ ହୁଅନ୍ତୁ କି ବଦ୍ରି ପାତ୍ର କେହି ବି ଖୁସି ଥିଲା ଭଳି ଲାଗୁନଥିଲା ଏପରିକି ଅରୁଣ ସାହୁ ମଧ୍ୟ ଏହି ନିଷ୍ପତ୍ତିକୁ ସହଜେ ଗ୍ରହଣ କଲା ଭଳି ଲାଗୁନଥିଲା ଯେଉଁଥିପାଇଁ ନବୀନ ନାଁ ଘୋଷଣା କରୁ କରୁ ହଠାତ୍ ନବୀନ ନିବାସରୁ ଏକ ମୁହାଁ ହୋଇ ବାହୁଡିଥିଲେ ରାଜା,  ଅରୁଣ ଓ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠ ବିଧାୟକ ହେଲେ ପ୍ରମିଳା କହୁଛନ୍ତି, ଆମର କିଛି ବିରୋଧ ନାହିଁ । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି ଆଉ ନବୀନ କହିଛନ୍ତି ସେ ହେଉଛନ୍ତି କମନ କ୍ୟାଣ୍ଡିଡେଟ୍ କିନ୍ତୁ ବିଜେପି ଯଦି ଦଳ ପକ୍ଷରୁ 3 ପ୍ରାର୍ଥୀ ଘୋଷଣା କଲା । ତାହାଲେ ବିଜେଡିରେ କୁହୁଳୁଥିବା ଅସନ୍ତୋଷ କ୍ରସ ଭୋଟିଂରେ ପରିଣତ ହୋଇପାରେ ବୋଲି ଚର୍ଚ୍ଚା ହେଲାଣି ।

BjD Pravat Biswal