ଛତିଶଗଡର ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ସୁକୁମା ଜିଲ୍ଲାର ଖୁଣ୍ଟା ବିଧାୟକ କବାସି ଲକ୍ଷ୍ମାଙ୍କ ନୂଆ ଅସ୍ଥାୟୀ ଠିକଣା ପାଲଟିଛି ଓଡ଼ିଶାର ମାଲକାନଗିରି। ଏବେ ସେ ମାଲକାନଗିରି ସଦର ମହକୁମାର ରିକ୍ଲା ମେଶନ କୋଲାନୀରେ ଆଶ୍ରୟ ନେଉଛନ୍ତି। ଆପଣ ଭାବୁଥିବେ, ସେ ଛତିଶଗଡ଼ ଛାଡ଼ି କାହିଁକି ଓଡ଼ିଶା ଆସିଲେ କି ? କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଛତିଶଗଡ଼ରେ ରହିପାରିବେନି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ସେଥିପାଇଁ ସେ ୧୩ ମାସ ଜେଲରେ ରହିସାରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି। ସର୍ତ୍ତ ମୂତାବକ ସେ ମାମଲା ଶେଷ ନହେବା ପର୍ଯ୍ୟନ୍ତ ଛତିଶଗଡ଼ରେ ରହିପାରିବେ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
