ଲୁଟ୍ ପାଇଁ ଟ୍ରକ୍ ଅଟକାଇ ଡ୍ରାଇଭରଙ୍କୁ ଛୁରାମାଡ଼। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ରୋଇଡା ଛକ ନିକଟରେ ଘଟିଛି ଏହି ଘଟଣା। ରୋଇଡା ଛକ ସ୍ଥିତ ୫୨୦ ନମ୍ବର ଜାତୀୟ ରାଜପଥରେ ଲୋଡ ଗାଡ଼ି ଖାଲି କରିବାକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ଟ୍ରକକୁ ଅଟକାଇଥିଲେ। ଏହାପରେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବାଧା ଦେବାରୁ ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଛୁରା ମାଡ଼ କରିଛନ୍ତି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି l ଆହତ ଡ୍ରାଇଭର ଜଣକ ହେଲେ ଝାଡଖଣ୍ଡର ସତ୍ୟନାରାୟଣ। ସେ ଗୁଆଲିରୁ ଗାଡି ନେଇ ବିଲେଇପଦା ଆସୁଥିବା ବେଳେ ଏହି ଘଟଣା ଘଟିଛି l ସେପଟେ ଘଟଣାସ୍ଥଳରୁ ଦୁଇ ଦୃର୍ବୁତ୍ତ ଫେରାର ହେଇଯାଇଛନ୍ତି l ଖବର ପାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#champua#driver#attack#odishnews
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
