ବଡ଼ବଡୁଆଙ୍କ ଫାଇଦା ପାଇଁ ମୋଡା ହୋଇଥିଲା କି ହଳଦିଆପଦର ଓଭରବ୍ରିଜର ନକ୍ସା ? ସରକାରୀ ଜମିରେ ସିଧା ବ୍ରିଜ ନଯାଇ କାହିଁକି ମୋଡି ହୋଇଗଲା ? ପ୍ରାଇଭେଟ ଜମିରେ ବ୍ରିଜ ଗଲେ କ୍ଷତିପୂରଣ ପାଇବେ, ପ୍ଲଟ୍ ରେଟ୍ ବଢିବ ବୋଲି ଯୋଜନା ଥିଲା କି ? ବ୍ରହ୍ମପୁରର ହଳଦିଆପଦର ଓଭରବ୍ରିଜ୍ରେ ଟ୍ରକ୍ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ଘଟିବା ପରେ ଏହା ନକ୍ସାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ତା’ସହିତ ବଡ଼ ଲୋକଙ୍କ ସ୍ୱାର୍ଥ ପାଇଁ ତ୍ରୁଟିପୂର୍ଣ୍ଣ ନକ୍ସା ତିଆରି ହୋଇଥିବା କଥା ସାମ୍ନାକୁ ଆସିଛି।