Advertisment

IAS Reshuffle: ବିବାଦରୁ ବଦଳି; ଫେରିଲେ ବିଷ୍ଣୁପଦ, ମୃଣାଳିନୀ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ସରକାର ସମୟରୁ ପାଇଥିବା ଦାୟିତ୍ୱକୁ ବିଜେପି ସରକାରରେ ମଧ୍ୟ ତୁଲାଉଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କଠୁ କୃଷି ବିଭାଗ ଏବଂ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗକୁ କାଢ଼ି ନିଆଯାଇଛି ।

author-image
Odisha Reporter

ରାଜ୍ୟ ସରକାର  ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୧ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦେବା ସହ ବିଭିନ୍ନ କାରଣ ପାଇଁ  ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠୁ ଇସ୍ପାତ ଓ ଖଣି ବିଭାଗ କାଢ଼ି ନିଆଯାଇଛି ।

Advertisment

ଲାଂଚ କାରବାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ପ୍ରାୟ ବର୍ଷକ ପରେ ନୂଆ ଦାୟିତ୍ୱକୁ ଫେରିଛନ୍ତି । ୨୦୦୨ ବ୍ୟାଚ୍ ଆଇଏଏସ୍ ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି ଓ ତାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ସରକାର ସମୟରୁ ପାଇଥିବା ଦାୟିତ୍ୱକୁ ବିଜେପି ସରକାରରେ ମଧ୍ୟ ତୁଲାଉଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କଠୁ କୃଷି ବିଭାଗ ଏବଂ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗକୁ କାଢ଼ି ନିଆଯାଇଛି ।

Advertisment

ଦୀର୍ଘ ଦେଢ଼ବର୍ଷ ପରେ ମଧ୍ୟ ପଶ୍ଚିମାଂଚଳ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀକୁ ପୂରଣ ନକରି ସରକାର କାମଚଳା ଅଧ୍ୟକ୍ଷ ଭାବେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ।

ପ୍ରଥମଥର ପାଇଁ ୨୦୧୦ ବ୍ୟାଚର ୩ଜଣ ଆଇଏଏସ ଅଫିସରଙ୍କୁ ୩ଟି ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ମୋହନ ସରକାର କ୍ଷମତାକୁ ଆସିବାର ଦେଢ଼ବର୍ଷ ଭିତରେ ଶୀର୍ଷ ଆଇଏଏସ୍ ଅଫିସରସ୍ତରରେ ଏହା ଦ୍ୱିତୀୟ ବୃହତ୍ ବଦଳି। 

Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News