ରାଜ୍ୟ ସରକାର ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୧ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦେବା ସହ ବିଭିନ୍ନ କାରଣ ପାଇଁ ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠୁ ଇସ୍ପାତ ଓ ଖଣି ବିଭାଗ କାଢ଼ି ନିଆଯାଇଛି ।
ଲାଂଚ କାରବାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ପ୍ରାୟ ବର୍ଷକ ପରେ ନୂଆ ଦାୟିତ୍ୱକୁ ଫେରିଛନ୍ତି । ୨୦୦୨ ବ୍ୟାଚ୍ ଆଇଏଏସ୍ ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି ଓ ତାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ସରକାର ସମୟରୁ ପାଇଥିବା ଦାୟିତ୍ୱକୁ ବିଜେପି ସରକାରରେ ମଧ୍ୟ ତୁଲାଉଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କଠୁ କୃଷି ବିଭାଗ ଏବଂ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗକୁ କାଢ଼ି ନିଆଯାଇଛି ।
ଦୀର୍ଘ ଦେଢ଼ବର୍ଷ ପରେ ମଧ୍ୟ ପଶ୍ଚିମାଂଚଳ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀକୁ ପୂରଣ ନକରି ସରକାର କାମଚଳା ଅଧ୍ୟକ୍ଷ ଭାବେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ।
ପ୍ରଥମଥର ପାଇଁ ୨୦୧୦ ବ୍ୟାଚର ୩ଜଣ ଆଇଏଏସ ଅଫିସରଙ୍କୁ ୩ଟି ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ମୋହନ ସରକାର କ୍ଷମତାକୁ ଆସିବାର ଦେଢ଼ବର୍ଷ ଭିତରେ ଶୀର୍ଷ ଆଇଏଏସ୍ ଅଫିସରସ୍ତରରେ ଏହା ଦ୍ୱିତୀୟ ବୃହତ୍ ବଦଳି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us