Advertisment

'ମୋତେ ପାସ୍‌ କରେଇ ଦିଅ, ନହେଲେ ବାପା ବାହା କରେଇ ଦେବେ'

ଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଖାତର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Student in Exam

Student in Exam

'ମୁଁ ବେଶ୍‌ ଗରିବ ଘର ପିଲା। ସାର୍‌ ମୋତେ ପାସ୍‌ କରେଇ ଦିଅନ୍ତୁ। ନହେଲେ ବାପା ମୋର ବାହାଘର କରି ଦେବେ।' ଦଶମ ବୋର୍ଡ ପରୀକ୍ଷା ଖାତାରେ ଉତ୍ତର ବଦଳରେ ଏଭଳି କିଛି ଲେଖିଛନ୍ତି ଜଣେ ଛାତ୍ରୀ। ଦଶମ ପରୀକ୍ଷାରେ ପାସ୍‌ କରେଇ ଦେବା ପାଇଁ ସେ ଶିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି।

Advertisment

ନିକଟରେ ସରିଛି ବିହାର ଦଶମ ବୋର୍ଡ ପରୀକ୍ଷା। ଆଉ ଦିନ କେଇଟା ପରେ ବାହାରିବ ରେଜଲ୍ଟ। ତେବେ ଏହା ପୂର୍ବରୁ ଖାତା ଦେଖା ଚାଲିଛି। ବୋର୍ଡ ପରୀକ୍ଷା ଖାତାରେ କିଏ କବିତା ଲେଖିଛି ଆଉ କିଏ ସାଏରୀ। ସେହିପରି କିଏ ଇମ୍‌ସନାଲ ନୋଟ୍ ଲେଖିଛି। ଏହାରି ଭିତରେ ଜଣେ ଛାତ୍ରୀ ତାଙ୍କୁ ଦଶମ ପରୀକ୍ଷାରେ ପାସ୍‌ କରାଇ ଦେବା ପାଇଁ ଗୁହାରି କରିଛନ୍ତି।

ବିହାର ଆରା ମଡେଲ ସ୍କୁଲର ଜଣେ ଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଖାତର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଖାତାରେ ସେ ଲେଖିଛନ୍ତି, 'ମୋ ବାପା ଜଣେ କୃଷକ। ପାଠ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଆମେ ସକ୍ଷମ ନୁହଁ। ଏଥିପାଇଁ ମୋ ବାପା ମୋତେ ଆଗକୁ ପଢ଼ାଇବା ପାଇଁ ଚାହୁଁ ନାହାନ୍ତି। ଯଦି ମୁଁ ପରୀକ୍ଷାରେ ଭଲ ମାର୍କ ନ ରଖେ କିମ୍ବା ପାସ୍‌ ନୁ ହଏ ତେବେ ମୋତେ ମୋ ବାପା ଆଗକୁ ଆଉ ପଢ଼ାଇବେ ନାହିଁ। ମୋର ବିବାହ କରି ଦେବେ। ସେଥିପାଇଁ ଦୟାକରି ସାର୍ ମୋତେ ପାସ୍‌ କରେଇ ଦିଅନ୍ତି। ମୁଁ ଜଣେ ଗରିବ ଘର ପିଲା।'

Advertisment
Answer Sheetଭାଇରାଲ ହୋଇଥିବା ପରୀକ୍ଷା ଖାତାର ଦୃଶ୍ୟ

ଏଠାକାର ଶିକ୍ଷକଙ୍କ କହିବା କଥା ହେଲା, କେବଳ ଏହି ଜଣେ ଛାତ୍ରୀ ନୁହନ୍ତି ଅନେକ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଖାତରେ ପ୍ରଶ୍ନର ଉତ୍ତର ବଦଳରେ କିଛି ଲେଖି ନାହାନ୍ତି। ସେହିପରି କିଏ ଗୀତ ଲେଖିଛି ତ ଆଉ କିଏ କବିତା। ଆଉ କେହି କେହି ଏହି ଭଳି ପରୀକ୍ଷା ଖାତାରେ ନିଜର ଭାବପ୍ରବଣତା ପ୍ରକାଶ କରିଛନ୍ତି। କିନ୍ତୁ ଆମେ ଏମାନଙ୍କୁ ପାସ୍‌ କରିପାରିବୁ ନାହିଁ। ନିୟମ ଅନୁଯାୟୀ ଯଦି ଉତ୍ତର ଠିକ୍‌ ଥାଏ ତେବେ ମାର୍କ ଦିଆଯିବ। ଉତ୍ତର ଲେଖି ନଥିଲେ କିମ୍ବା ଭୁଲ୍‌ ଥିଲେ ଶୂନ୍‌ ମିଳିବ ବୋଲି କହିଛନ୍ତି ଶିକ୍ଷକ।

ଚଳିତ ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ୨୩ ତାରିଖ ଯାଏ ବିହାର ଦଶମ ବୋର୍ଡ ପରୀକ୍ଷା ହୋଇଥିଲା।

10th Exam Viral Bihar School Examination Board Answer Sheet