PM Modi & Meloni
ଏକ୍ସରେ ଟ୍ରେଣ୍ଡ କରୁଥିବା #Melodi କୁ ନେଇ ଏବେ ସବୁଠି ଚର୍ଚ୍ଚା। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏକ ପୋଷ୍ଟ କରିବା ପରେ ଏକ୍ସରେ ଏହି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ପୋଷ୍ଟ କରି କ୍ୟାପ୍ସନରେ #Melodi ଲେଖିଛନ୍ତି ମେଲୋନି, ଯାହାପରେ ଇଣ୍ଟରନେଟରେ ଭାଇରାଲ୍ ହେଉଛି ମୋଦି ଓ ମେଲୋନିଙ୍କ ଭିଡିଓ।
ନିକଟରେ ଦୁବାଇରେ ଅନୁଷ୍ଠିତ COP28 ଜଳବାୟୁ ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମଧ୍ୟ ଉପସ୍ଥିତ ଥିଲେ। ପରେ ମେଲୋନି, ମୋଦିଙ୍କ ସହ ନେଇଥିବା ଏକ ଫଟୋ ପୋଷ୍ଟ କରି 'COP28 ରେ ଭଲ ବନ୍ଧୁ' ଲେଖି ହ୍ୟାସଟ୍ୟାଗ୍ #Melodi ଦେଇଥିଲେ। ଏହା ପରେ ଏହି ଟ୍ୟାଗ୍ ଲାଇନ୍ ଏକ୍ସରେ ଟ୍ରେଣ୍ଡ କରୁଛି। ମେଲୋନି, ପ୍ରଧାନମନ୍ତ୍ରୀଙ୍କ ସହ ନେଇଥିବା ସେଲଫି ଫଟୋକୁ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମେଲୋନିଙ୍କ ପୋଷ୍ଟର ପ୍ରତିକ୍ରିୟା ରଖିଛନ୍ତି। ମେଲୋନିଙ୍କ ପୋଷ୍ଟକୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ବନ୍ଧୁମାନଙ୍କ ସହ ସାକ୍ଷାତ ସବୁବେଳ୍ ଖୁସି ଦେଇଥାଏ।'
#Melodi କ’ଣ?
ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମେଲୋନି ଧ୍ୟାନ ଆକର୍ଷଣ କରିଥିଲେ। ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସେମାନଙ୍କ ବାର୍ତ୍ତାଳାପ ଏବଂ ଥଟ୍ଟାମଜାର ଭିଡିଓ ଭାଇରାଲ୍ ହୋଇଥିଲା। ଏହାପରେ ମେଲୋନି ସୋଶାଲ ମିଡିଆରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ସେବେଠାରୁ ସୋଶାଲ ମିଡିଆରେ ଏହି ହ୍ୟାସଟ୍ୟାଗ୍ #Melodi ଟ୍ରେଣ୍ଡ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701514854.jpg)