Advertisment

‘ଶ୍ରୀକାନ୍ତ, ଯାହା ହେଉଛି କ’ଣ ଭଲ ହେଉଛି? ତୁମେ ପା ମୋ ଭବିଷ୍ୟତ’

ଶ୍ରୀକାନ୍ତ ଓ ସଂଯୁକ୍ତାଙ୍କର ଏହି ଅଡିଓ କଲ୍ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଅଡିଓଟି କେତେ ତାରିଖର ତାହା ଜଣାପଡ଼ି ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
srikanta and sanjukta

srikanta and sanjukta

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି। ମାମଲା ଥାନା ଓ କୋର୍ଟ ପର୍ଯ୍ୟନ୍ତ ଯାଇଛି।

Advertisment

ଏହି ସବୁ ଭିତରେ ଶ୍ରୀକାନ୍ତ ଓ ସଂଯୁକ୍ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଛି। ଯେଉଁଥିରେ ସଂଯୁକ୍ତା ଶ୍ରୀକାନ୍ତଙ୍କୁ ନିଜ ମନର ବ୍ୟଥା କହୁଛନ୍ତି। ଶ୍ରୀକାନ୍ତ ସଂଯୁକ୍ତାଙ୍କୁ ବୁଝାଇବା ସହ ବେଳେ ବେଳେ ରାଗି ଯାଉଛନ୍ତି।

ଶ୍ରୀକାନ୍ତଙ୍କୁ ସଂଯୁକ୍ତା କହୁଛନ୍ତି, ଯାହାସବୁ ଆମେ ଭିତରେ ହେଉଛି ଆପଣଙ୍କୁ ଭଲ ଲାଗୁଛି। ସଂଯୁକ୍ତାଙ୍କ କଥା ଶୁଣି ଶ୍ରୀକାନ୍ତ ସ୍ମିତ ହାସ୍ୟ ଦେଉଛନ୍ତି ଓ କହୁଛନ୍ତି, ମୋତେ କ’ଣ ଭଲ ଲାଗିବ। ଯେ କହୁଛି ତାକୁ ଭଲ ଲାଗିବ। ତୁମକୁ ସଂଯୁକ୍ତା ଭଗବାନ ବୁଝାଇ ପାରିବନାହିଁ।

Advertisment

ସଂଯୁକ୍ତା ପୁଣି କହୁଛନ୍ତି, ଆମ ଦୁଇ ଜଣଙ୍କ କଥା ପୂର୍ବରୁ ଦୁଇ କାନରୁ ତିନି କାନ ହେଉ ନଥିଲା। ଏବେ ସମସ୍ତେ ଜାଣୁଛନ୍ତି। ଆମ ମଧ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ମୁଁ କ’ଣ ସବୁ କରୁଛି? ଆପଣଙ୍କର ୱାନ୍‌ ପରସେଣ୍ଟ ଦୋଷ ନାହିଁ?

ସଂଯୁକ୍ତାଙ୍କ କଥା ଶୁଣି ଶ୍ରୀକାନ୍ତ ରାଗି ଯାଉଛନ୍ତି। ରାଗରେ କହୁଛନ୍ତି, କିଏ କାହାର କ’ଣ କରିଦେଇଛି? ପରିସ୍ଥିତି ଭୟଙ୍କର ହେବ? ଆମେ କ’ଣ ପିଲା ଲୋକ?  ଆମେ ସସମ୍ମାନେ ବଞ୍ଚିବା କଥା। ଯେପରି ଆମକୁ କେହି ଆଙ୍ଗୁଳି ନ ଉଠାଇବେ। ଏବେ ଗଣମାଧ୍ୟମ ଓ ଖବର କାଗଜରେ ଆମ କଥା ବାହାରୁଛି। କେତେ ଦିନ ମଣିଷ ସଂସାରରେ ବଞ୍ଚିବ ଯେ ଆମେ ଏମିତି ହେବା?

ଅନ୍ୟପକ୍ଷରେ ସଂଯୁକ୍ତା ନିଜର ବ୍ୟଥାକୁ ଶ୍ରୀକାନ୍ତଙ୍କୁ କହୁଛନ୍ତି। ସେ କହୁଛନ୍ତି, ଶ୍ରୀକାନ୍ତ ମୁଁ କେମିତି ବଞ୍ଚିଛି, ମୁଁ କେଉଁ ପରିସ୍ଥିତିରେ ଅଛି, ଆପଣ ମୋ କଥା କେବେ ହେଲେ ଭାବୁନାହାନ୍ତି। ମୋତେ ଦେଖା କରିବାକୁ ଆସୁନାହାନ୍ତି। ଫୋନ୍ ସୁଇଚ୍ ଅଫ୍‌ କରି ଦେଉଛନ୍ତି। ହ୍ୱାଟ୍ସଆପ ବ୍ଲକ୍ କରି ଦେଇଛନ୍ତି। ଆପଣଙ୍କ ବ୍ୟବହାର ଶତପ୍ରତିଶତ ପରିବର୍ତ୍ତନ ହେଇଯାଇଛି। ଆପଣ ହେଉଛନ୍ତି ମୋ ଭବିଷ୍ୟତ। ତାହା ସତ୍ତ୍ୱେ ଆପଣ ମୋ କଥା ବୁଝୁନାହାନ୍ତି।

ସଂଯୁକ୍ତା କଥା ଶୁଣି ଶ୍ରୀକାନ୍ତ କହୁଛନ୍ତି, ତୁମର ଘଡ଼ିକେ ଘୋଡ଼ା ଛୁଟୁଛି। ତୁମ ଯେତେବେଳେ ଯାହା ପାରୁଛ କହିଦେଉଛି। ମଣିଷକୁ ଶାନ୍ତିରେ ରହିବାକୁ ଦିଅ ନ ହେଲେ ରାସ୍ତାରେ ଲୋକେ ହସିବେ। ଯେଉଁ ସମ୍ପର୍କ ଆମ ଭିତରେ ଅଛି, ୫ ମିନିଟ୍‌ରେ ଛାରଖାର ହୋଇଯିବ।

ସଂଯୁକ୍ତା ଶ୍ରୀକାନ୍ତଙ୍କ ଉପରେ ଅଭିମାନ କରିଛନ୍ତି କହୁଛନ୍ତି, ଆପଣ ସମସ୍ତଙ୍କ କଥା ବୁଝୁଛନ୍ତି। ପ୍ରତିଟି ସଂପର୍କ ଭଲରେ ନିଭାଉଛନ୍ତି। ତାହା ହେଲେ ମୋ ପ୍ରତି କାହିଁକି ଅବହେଳା କରୁଛନ୍ତି । ମୁଁ କ’ଣ ପାପ କରିଛି?

ପରସ୍ଥିତି ଭଲ ନାହିଁ। ଲୋକେ ଆମ ପଛରେ ଲୋକ ଲାଗିଛନ୍ତି। ତୁମେ ଯାହା କହିବ। ମୁଁ କ’ଣ ତୁମ କଥା ବୁଝିବିନି। ତୁମ ଏପରି ହୁଅନି। ମୁଣ୍ଡ ଥଣ୍ଡା କରି ଶୁଅ ବୋଲି ସଂଯୁକ୍ତାଙ୍କୁ ଶ୍ରୀକାନ୍ତ ବୁଝାଉଛନ୍ତି।

ଶ୍ରୀକାନ୍ତ ଓ ସଂଯୁକ୍ତାଙ୍କର ଏହି ଅଡିଓ କଲ୍ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଅଡିଓଟି କେତେ ତାରିଖର ତାହା ଜଣାପଡ଼ି ନାହିଁ।

BjD Bjd Mla