Advertisment

ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚା, ପରସା ଗଲା ଶହେ ପ୍ରକାର ଖାଦ୍ୟ

ଜ୍ୱାଇଁ ପୁଅଙ୍କୁ ଶାଶୁ ପରଷିଦେଲେ ଆନ୍ଧ୍ରପ୍ରଦେଶର ପାରମ୍ପରିକ ବ୍ୟଞ୍ଜନ ସହ ଟେଷ୍ଟି ଟେଷ୍ଟି ତଥା ଭଳିକି ଭଳି ଫାଷ୍ଟ ଫୁଡ । ଜ୍ୱାଇଁଙ୍କ ସମ୍ମୁଖରେ ଗୋଟିଏ ପରେ ଗୋଟିଏ  ପ୍ରାୟ ଶହେ ପ୍ରକାର ଖାଦ୍ୟ ପରସା ଯାଇଥିଲା।

author-image
Niharika Rout
couple served food

couple served food

ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚା ଟିକେ ଖାସ୍‌ ହୋଇଥାଏ । ଜ୍ୱାଇଁ ପୁଣି ଯଦି ପ୍ରଥମ ଥର ଶ୍ୱଶୁର ଘରକୁ ଯାଇଥିବେ, ତାହା ହେଲେ ରାଜକୀୟ ଠାଣୀରେ ହୋଇଥାଏ ଚର୍ଚ୍ଚା । ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ଜ୍ୱାଇଁଙ୍କୁ ପରଷିଥାନ୍ତି।

Advertisment

ଏପରି ଜଣେ ଜ୍ୱାଇଁ ପୁଅ ପାଇଁ ଶାଶୁ ପ୍ରସ୍ତୁତ କଲେ ଶହେ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ । ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶ କାକିନାଡା ଜିଲ୍ଲା କିର୍ଲାମପୁଡ଼ି ମଣ୍ଡଳର ତମରଡ଼ା ଗାଁରେ ଘଟିଛି। 

ତମରଡ଼ା ଗାଁର ରତ୍ନା କୁମାରୀ ରବି ତେଜା ନାମକ ଯୁବକଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ। ବିବାହ ପରେ ପ୍ରଥମ ଥର ପାଇଁ ପତ୍ନୀଙ୍କ ସହ ଜ୍ୱାଇଁ ରବି ତେଜା ଆସିଥିଲେ ଶ୍ୱଶୁର ଘର। ସେଠାରେ ଶ୍ୱଶୁର ଘର ଲୋକେ ଜ୍ୱାଇଁ ଚର୍ଚ୍ଚା ପାଇଁ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଥିଲେ।

Advertisment

ଜ୍ୱାଇଁ ପାଇଁ ଶାଶୁ ପ୍ରସ୍ତୁତ କରିଥିଲେ ଭଳି ଭଳିକା ଓ ରକମ ରକମର ସୁସ୍ୱାଦୁ ଖାଦ୍ୟ । ଜ୍ୱାଇଁ ପୁଅଙ୍କୁ ଶାଶୁ ପରଷିଦେଲେ ଆନ୍ଧ୍ରପ୍ରଦେଶର ପାରମ୍ପରିକ ବ୍ୟଞ୍ଜନ ସହ ଟେଷ୍ଟି ଟେଷ୍ଟି ତଥା ଭଳିକି ଭଳି ଫାଷ୍ଟ ଫୁଡ । ଏପରିକି ଜ୍ୱାଇଁଙ୍କ ସମ୍ମୁଖରେ ଗୋଟିଏ ପରେ ଗୋଟିଏ  ପ୍ରାୟ ଶହେ ପ୍ରକାର ଖାଦ୍ୟ ପରସା ଯାଇଥିଲା।

ଏପରି ଚର୍ଚ୍ଚା ପାଇ ଜ୍ୱାଇଁ ପୁଅ ବେଶ୍‌ ଖୁସି ହୋଇ ଯାଇଥିବା ବେଳେ ଜ୍ୱାଇଁର ହସ ହସ ମୁହା ଦେଖି ଶ୍ୱଶୁର ଘର ଲୋକ ବି ବେଶ୍‌ ଖୁସି ହୋଇ ଯାଇଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Viral Video