Advertisment

ବ୍ୟକ୍ତିଙ୍କୁ ଜୀବନ୍ତ ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର, କିନ୍ତୁ.. ଦେଖନ୍ତୁ ଭିଡିଓ

ସାପଟି ତାଙ୍କ ବେକକୁ ନିଜ ଦେହରେ ଗୁଡ଼ାଇ ଦେଇଥିଲା। ସେ ଜୀବନ୍ତ ବ୍ୟକ୍ତି ଜଣଙ୍କୁ ଗିଳିବାକୁ ଚେଷ୍ଟା କରୁଥିବା ବେଳେ ସେ ବେଶ ଚତୁରତାର ସହ ତା’ ମୁହଁକୁ ଧରି ପକାଇଥିଲେ।

author-image
Hemant Lenka
python

python

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ତାଙ୍କୁ ୧୫ ଫୁଟର ଗୋଟିଏ ବିରାଟକାୟ ଅଜଗର ନିଜ ଦେହରେ ଗୁଡ଼ାଇ ଦେବା ସହ ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରିଥିଲା। ତେବେ ବ୍ୟକ୍ତି ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଓ କିଛି ଗାଁ ଲୋକଙ୍କ ସହାୟତାରେ ଅଜଗରର ମୁହଁରୁ ଫେରିବାକୁ ସକ୍ଷମ ହୋଇଛନ୍ତି। ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଘଟିଥିବା ଏହି ଛାତିଥରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ବ୍ୟକ୍ତି ଜଣଙ୍କ ଶୌଚ ହେବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେ ଜଙ୍ଗଲରେ ଶୌଚ ହେଉଥିବା ବେଳେ ହଠାତ୍‌ ପଛ ପଟୁ ଗୋଟିଏ ବିରାଟକାୟ ଅଜଗର ତାଙ୍କୁ ଆକ୍ରମଣ କରିଥିଲା। ସାପଟି ତାଙ୍କ ବେକକୁ ନିଜ ଦେହରେ ଗୁଡ଼ାଇ ଦେଇଥିଲା। ସେ ଜୀବନ୍ତ ବ୍ୟକ୍ତି ଜଣଙ୍କୁ ଗିଳିବାକୁ ଚେଷ୍ଟା କରୁଥିବା ବେଳେ ସେ ବେଶ ଚତୁରତାର ସହ ତା’ ମୁହଁକୁ ଧରି ପକାଇଥିଲେ।

ତଥାପି ସାପଟି ନିଜ ଦେହରେ ତାଙ୍କୁ ଗୁଡ଼ାଇ ଦେଇ ଆକ୍ତାମାକ୍ତ କରିବାକୁ ଚେଷ୍ଟା କରିଥିଲା। ବ୍ୟକ୍ତି ଜଣଙ୍କ ସାପ ସହ ଲଢ଼େଇ କରିବା ସହ ସହଯୋଗ ପାଇଁ ଚିତ୍କାର କରିଥିଲେ। ଏତିକି ବେଳେ ଉକ୍ତ ରାସ୍ତା ଦେଇ କିଛି ଲୋକ ଯାଉଥିଲେ। ସେମାନେ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପହଞ୍ଚିଲା ବେଳକୁ ଅଜଗରଟି ବ୍ୟକ୍ତିଙ୍କୁ ନିଜ ଦେହରେ ପୂରା ଗୁଡ଼ାଇ ସାରିଥିଲା।

Advertisment

ସ୍ଥାନୀୟ ଲୋକମାନେ ତୁରନ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ। ସେମାନେ ମିଳିତ ଭାବେ ଅଜଗର କବଳରୁ ବ୍ୟକ୍ତିଙ୍କୁ ବାହାର କରିଥିଲେ। ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ସେମାନେ ସାପଟିକୁ କୁରାଢ଼ୀ, ପଥର ଓ ଅନ୍ୟ ଧାରୁଆ ଅସ୍ତ୍ରରେ ପିଟିପିଟି ମାରି ଦେଇଥିଲେ।

ସ୍ଥାନୀୟ ରେଞ୍ଜର ଚନ୍ଦ୍ରକୁମାର କୁଶୱା କହିଛନ୍ତି, “ଅଜଗରଟି ବ୍ୟକ୍ତିଙ୍କ ବେକରେ ଗୁଡ଼ାଇ ହୋଇଯାଇଥିବାରୁ ସେ ଅଣନିଶ୍ୱାସୀ ହୋଇଯାଇଥିଲେ। ଗାଁ ଲୋକମାନେ ତାଙ୍କୁ ଉଦ୍ଧାର କରି ସାପକୁ ମାରି ଦେଇଛନ୍ତି। ସେମାନେ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ବନ୍ୟଜନ୍ତକୁ ମାରିଥିବାରୁ କାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।”

Madhya Pradesh Viral Python