Advertisment

୨ କୁକୁର ବନାମ ୨ ସିଂହ: ଦେଖନ୍ତୁ କିଏ ଜିତିଲେ

ଯେତେବେଳେ ୨ ସିଂହ ଓ ୨ କୁକୁର ମୁହିଁମୁହିଁ ହୋଇଥିଲେ ସେତେବେଳେ କ’ଣ ଘଟିଥିଲା, ତା’ର ପୂରା ଦୃଶ୍ୟ ସାମ୍ନାକୁ ଆସିଛି।

Lion

Lion

Advertisment

ସୋଶାଲ ମିଡିଆରେ ଭଇରାଲ ହେଉଛି ୨ଟି କୁକୁର ଓ ୨ଟି ସିଂହ ମଧ୍ୟରେ ହୋଇଥିବା ସାମ୍ନାସାମ୍ନୀ ଲଢ଼େଇର ଭିଡିଓ। ଗୁଜରାଟର ଆମରେଲିରେ ଯେତେବେଳେ ୨ ସିଂହ ଓ ୨ କୁକୁର ମୁହିଁମୁହିଁ ହୋଇଥିଲେ ସେତେବେଳେ କ’ଣ ଘଟିଥିଲା, ତା’ର ପୂରା ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଏହି ଫେସଅଫ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାଟି ଗିର ଜାତୀୟ ଉଦ୍ୟାନ ଠାରୁ ପ୍ରାୟ ୭୬ କିମି ଦୂରରେ ଥିବା ଥୋର୍ଡି ଗାଁରେ ଘଟିଛି। ଭିଡିଓ ଆରମ୍ଭରେ ଦେଖିବାକୁ ମିଳୁଛି ଯେ ଗୋଟିଏ ସିଂହ ରାସ୍ତା କଡ଼ରେ ଥିବା ଗୋଟିଏ ଗେଟ ଆଡ଼କୁ ଦୌଡ଼ି ଆସୁଛି।

ଗେଟର ବାହାର ପଟେ ସିଂହକୁ ଦେଖି ଗୋଟିଏ କୁକର ମଧ୍ୟ ଭିତରକୁ ପଟୁ ଦୌଡ଼ି ଆସୁଛି। ସିଂହଟି ବିଶାଳକାୟ ହୋଇଥିବା ବେଳେ ଆକ୍ରମଣ ମୁଦ୍ରାରେ ରହିଥିଲା। ହେଲେ ତା’ର ମୁକୁବିଲା କରିବାକୁ କୁକୁଟି ମଧ୍ୟ ପଛ ଘୁଞ୍ଚା ଦେଇ ନଥିଲା।

Advertisment

ମଝିରେ ଗେଟ ଥିବା ବେଳେ ଦୁଇଜୀବ ପରସ୍ପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ ଆଉ ଗୋଟିଏ କୁକୁର ବି ଗେଟ ଭିତରୁ ଆକ୍ରମଣ କରିବାକୁ ଆଗକୁ ଆସିଥିଲେ। ଏହା ଦେଖି ସିଂହଟି ଚାଲି ଯାଇଥିଲା। ତେବେ ଏତିକି ବେଳେ ଆଉ ଗୋଟିଏ ସିଂହ ଗେଟକୁ ଜୋରରେ ଧକ୍କା ଦେଇଥିଲା। ଏଥିରେ ମଧ୍ୟ ଦୁଇ କୁକୁର ଡରି ନଥିଲେ।

ପ୍ରଥମ ସିଂହଟି ପୁଣି ଫେରି ଆସି ଆଉ ଥରେ ଗେଟ ବାହାରକୁ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଏଥିରେ ଗେଟ ସାମାନ୍ୟ ଖୋଲି ଯାଇଥିଲା। କୁକୁର ଦୁଇଟି ଗେଟର ଭିତର ପାର୍ଶ୍ୱରେ କ୍ରମାଗତ ଭାବେ ଭୁକିବା ସହ ଆକ୍ରମଣ ମୁଦ୍ରାରେ ରହିଥିଲେ। ଏହା ଦେଖି ଦୁଇଟି ଯାକ ସିଂହ ନିକଟସ୍ଥ ବୁଦାକୁ ଚାଲି ଯାଇଥିଲେ।

ସିଂହ ଦୁଇଟି ଯାଇଛନ୍ତି କି ନାହିଁ, ତା’କୁ ଦେଖିବା ପାଇଁ ମଧ୍ୟ ଗୋଟିଏ କୁକୁର ବେଶ ସାହାସର ସହ ଗେଟ ବାହାରକୁ ଆସିଥିଲା। ସେ ବୁଲାବୁଲି କରି ସିଂହ ଚାଲି ଯାଇଥିବା ଜାଣିବା ପରେ ପୁଣି ଗେଟ ଭିତରକୁ ଚାଲି ଯାଇଥିଲା। ଏହାପରେ ଜଣେ ବୃଦ୍ଧ ସିକ୍ୟୁରିଟି ଗାର୍ଡ ଟର୍ଚ୍ଚ ମାରି ପୂରା ଅଞ୍ଚଳକୁ ଦେଖିଥିଲେ ଓ ଗେଟକୁ ପୁଣି ଲକ୍‌ କରିଥିଲେ।

Gujarat Lion Dog Attack Dog Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe