Advertisment

ନାଲି ଗୋଡ଼ି ଢାଳି ଦୁଇ ମହିଳାଙ୍କୁ ଜୀବନ୍ତ ପୋତି ଦେବାକୁ ଉଦ୍ୟମ, ଭିଡିଓ ଭାଇରାଲ

ସେମାନେ ନାଲି ଗୋଡ଼ି ଓ ମାଟିରେ ଅଧା ପୋତି ହୋଇଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି।

ଅଦ୍ୟତନ ହୋଇଛି
MP

MP

Advertisment

ବିକ୍ଷୋଭ କରୁଥିବା ମହିଳାଙ୍କ ଉପରେ ନାଳି ଗୋଡ଼ି ଢାଳି ଜୀବନ୍ତ ପୋତି ଦେବାକୁ ଉଦ୍ୟମ। ଗୋଟିଏ ଡମ୍ପର ଦ୍ୱାରା ମହିଳାଙ୍କ ଉପରେ ନାଲି ଗୋଡ଼ି ଢଳା ଯାଇଥିଲେ ହେଁ ୨ ଜଣ ଅଳ୍ପକେ ମୁତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

Advertisment

ସେମାନେ ନାଲି ଗୋଡ଼ି ଓ ମାଟିରେ ଅଧା ପୋତି ହୋଇଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି। ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣକୁ ମହିଳାମାନେ ବିରୋଧ କରୁଥିବାରୁ ଏପରି ଘଟଣା ଘଟିଛି।

ଆଂଶିକ ପୋତି ହୋଇ ଯାଇଥିବା ଦୁଇ ମହିଳା ହେଲେ ମମତା ପାଣ୍ଡେ ଓ ଆଶା ପାଣ୍ଡେ। ସେମାନଙ୍କ ଉପରେ ଡମ୍ପର ଦ୍ୱାରା ନାଲି ଗୋଡ଼ି ଓ ମାଟି ଢାଳି ଦିଆଯିବାରୁ ସେମାନେ ବେକ ଯାଏ ପୋତି ହୋଇଥଯାଇଥିଲେ। ଉଭୟ ଜୋରୋଟ ଗାଁ ଥିବା ଗୋଟିଏ ଘରୋଇ ଜମିରେ ରାସ୍ତା ନିର୍ମାଣ କରିବାକୁ ବିରୋଧ କରୁଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତା କାମକୁ ବିରୋଧ କରି ନାଲି ଗୋଡ଼ି ଓ ମାଟି ଢାଳୁଥିବା ଡମ୍ପର ପଛ ଭାଗରେ ଦୁଇ ମହିଳା ବସି ରହିଛନ୍ତି। ତଥାପି ଡ୍ରାଇଭର ଜଣ କିଛି ଶୁଣି ମହିଳା ଦ୍ୱୟଙ୍କ ଉପରେ ଗୋଡ଼ି ଓ ମାଟି ଢାଳି ଦେଇଥିଲେ। ଫଳରେ ଉଭୟ ବେକ ଯାଏ ସେଥିରେ ପୋତି ହୋଇଯାଇଥିଲେ। ସେମାନେ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କୁହାଯାଉଛି ଯେ ସ୍ଥାନୀୟ ଅଞ୍ଚଳର ଜଣେ ବାହୁବଳୀ ନେତାଙ୍କ ନିର୍ଦ୍ଦେଶରେ ଡମ୍ପର ଡ୍ରାଇଭର ଏପରି କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ଭାଇରାଲ ଭିଡିଓ ଆଧାରରେ ଗୋଟିଏ ମାମଲା କରିଛି। ଏଥିସହ ଡମ୍ପରକୁ ଜବତ କରିଛି। ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି।

Viral Video Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe