Advertisment

୨୫ ବର୍ଷର ବରକୁ ୫୪ ବର୍ଷୀୟା କନିଆଁ

ଏହି ଦୁଇ ପ୍ରେମୀ ଯୁଗଳଙ୍କ ଅଜବ ପ୍ରେମର ଗଜବ କାହାଣୀ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Madhupriya Mistry
Viral love story

Viral love story

ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି ଅଜାତି, ଉଚ୍ଚନିଚ୍ଚ ଅବା ବୟସ। ଏହାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୫୪ ବର୍ଷୀୟା ମହିଳା ଓ ୨୫ ବର୍ଷୀୟ ଯୁବକ। ଏହି ଦୁଇ ପ୍ରେମୀ ଯୁଗଳଙ୍କ ଅଜବ ପ୍ରେମର ଗଜବ କାହାଣୀ ଏବେ ସାମ୍ନାକୁ ଆସିଛି। ଦୁହିଁଙ୍କ ଲଭ୍‌ଷ୍ଟୋରୀ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ପ୍ରେମୀ ଯୁଗଳ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି।

Advertisment

ଇଂଲଣ୍ଡର ଲ୍ୟୁକ ଏଲିୟାସ ଓ ଷ୍ଟେଫ୍‌ ହ୍ୱାଇଟ୍। ଏ ଦୁହିଁଙ୍କ ଲଭ୍‌ଷ୍ଟୋରୀ ଏବେ ଚାରିଆଡେ ଚର୍ଚ୍ଚିତ। ଲ୍ୟୁକ୍‌ଙ୍କୁ ୨୫ ବର୍ଷ ହୋଇଥିବା ବେଳେ ଷ୍ଟେଫ୍ଙଙ୍କ ବୟସ ୫୪ ବର୍ଷ ରହିଛି। କେବଳ ସେତିକି ନୁହେଁ ଷ୍ଟେଫ୍‌ ୪ଟି ସନ୍ତାନର ମା' ମଧ୍ୟ। ଏହି ଦୁଇ ଯୋଡି ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଏବେ ହେଡ୍‌ଲାଇନ୍‌ ପାଲଟିଛି।

ଲ୍ୟୁକ୍ ଓ ଷ୍ଟେଫ୍‌ ହ୍ୱାଇଟ୍‌ଙ୍କ ଦେଖାସାକ୍ଷାତ ଫେସ୍‌ବୁକ୍‌ ଜରିଆରେ ହୋଇଥିଲା। ବେଶ୍‌ କିଛି ଦିନ ଧରି ଦୁହିଁଙ୍କ ମଧ୍ୟରେ ଲଗାତର କଥାବାର୍ତ୍ତା ଚାଲିଥିଲା। ଏହାପରେ ଉଭୟ ପରସ୍ପରକୁ ଭଲପାଇ ବସିଥିଲେ। ଦୁହେଁ ପ୍ରଥମେ କିଛି ମାସ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଆଉ ଏବେ କଥା ବିବାହ ଯାଏଁ ପହଞ୍ଚିଛି। ଲ୍ୟୁକ୍‌ଙ୍କ କହିବା ମୁତାବକ, ସେ ପ୍ରଥମ ଦେଖାରେ ହିଁ ଷ୍ଟେଫ୍‌ଙ୍କୁ ଭଲପାଇ ବସିଥିଲେ। ସେ ଜାଣି ପାରିଲେନି ଯେ କେବେ ଷ୍ଟେଫ୍‌ଙ୍କ ପାଇଁ ତାଙ୍କ ମନରେ ଭାବନା ଜାଗ୍ରତ ହୋଇ ଉଠିଥିଲା।

Advertisment

ଲ୍ୟୁକ୍‌ ଯେଉଁ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କର ପୂର୍ବରୁ ୪ଟି ଛୁଆ ଅଛି। ଲ୍ୟୁକ୍‌ ପେସାରେ ଜଣେ ଡ୍ରାଇଭର। ଲ୍ୟୁକ୍‌ ଓ ଷ୍ଟେଫ୍‌ଙ୍କ ବିବାହକୁ ନେଇ ଉଭୟଙ୍କ ପରିବାର ଲୋକେ ଖୁସି ଅଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କହିଛନ୍ତି।

Viral Photo Viral