Advertisment

ଇନଷ୍ଟା ରିଲ୍ସରେ ନାଚିଲେ ଡାକ୍ତରୀ ଛାତ୍ର; ୩୮ ଜଣ ଦଣ୍ଡିତ

ଡାକ୍ତରୀ ପୋଷାକ ସାଙ୍ଗକୁ ଷ୍ଟେଥୋସ୍କୋପ୍ ପିନ୍ଧି ଇନଷ୍ଟାରେ ରିଲ୍ସ କରିବାର ଭିଡିଓ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Medical Students Insta Reels

Medical Students Insta Reels

Advertisment

ଦିନକୁ ଦିନ ରିଲ୍ସ ନିଶାରେ କବଳିତ ହେଉଛନ୍ତି ଯୁବପିଢି। ଏ ନିଶା ଏପରି ଘାରିଛି ଯେ, ସ୍ଥାନ-କାଳ-ପାତ୍ର କିଛି ମାନୁ ନାହାନ୍ତି। ଏହାରି ମଧ୍ୟରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ହସ୍ପିଟାଲ ଭିତରେ ଇନଷ୍ଟା ରିଲ୍ସରେ ନାଚିବାର ଭିଡିଓ ଭାଇରାଲ୍ ହେଉଛି। 

Advertisment

ଡାକ୍ତରୀ ପୋଷାକ ସାଙ୍ଗକୁ ଷ୍ଟେଥୋସ୍କୋପ୍ ପିନ୍ଧି ଇନଷ୍ଟାରେ ରିଲ୍ସ କରିଥିଲେ ଛାତ୍ରଛାତ୍ରୀ। ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ୩୮ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କ ହାଉସମ୍ୟାନସିପ୍ ପିରିୟଡକୁ ୧୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହି ଘଟଣା କର୍ଣ୍ଣାଟକର ଗଦାଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଜିଏମ୍ଏସ୍) କଲେଜର।

Advertisment

ଜିଏମ୍ଏସ୍ ନିର୍ଦ୍ଦେଶକ ଡ. ବସଭରାଜ ବୋମ୍ମାନହଲ୍ଲି ଏହାକୁ ଏକ ଗୁରୁତର ତ୍ରୁଟି ବୋଲି କହିଛନ୍ତି। ଛାତ୍ରଛାତ୍ରୀଙ୍କ ଏପରି ଆଚରଣ ବିଶୃଙ୍ଖଳିତ। ସେମାନଙ୍କୁ ଯାହା କରିବାର ଥିଲା ହସ୍ପିଟାଲ ବାହାରେ କରିପାରିଥାନ୍ତେ ବୋଲି ସେ କହିଛନ୍ତି। 

"ଆମେ ଏଭଳି କାର୍ଯ୍ୟକଳାପ ପାଇଁ କୈଣସି ଅନୁମତି ଦେଇନାହୁଁ। ପ୍ରି-ଗ୍ରାଜୁଏସନ ସେରିମନି ପୂର୍ବରୁ ସେମାନେ ଏହି ଭିଡିଓ ରେକର୍ଡ କରିଛନ୍ତି। ଆମେ ଏ ବାବଦରେ ଅବଗତ ଅଛୁ। ସେମାନଙ୍କର ହାଉସମ୍ୟାନସିପ୍ ପିରିୟଡ ଆସନ୍ତା ୧୦-୨୦ ଦିନ ମଧ୍ୟରେ ଶେଷ ହେବାରଥିଲା। କିନ୍ତୁ ବିଶୃଙ୍ଖଳିତ ଆଚରଣ କାରଣରୁ ଏହାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି ବୋଲି ନିର୍ଦ୍ଦେଶକ ଡ. ବସଭରାଜ କହିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe