Advertisment

୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ

ସିସିଟିଭିରେ କଏଦ ହୋଇଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଛୋଟ ପିଲାଟି ଗୋଟିଏ ରାସ୍ତାରେ ଛିଡ଼ା ହୋଇଛି।

author-image
Hemant Lenka
‌Dog

‌Dog

ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଆକ୍ରମଣର ତାଜା ଚିତ୍ର। କିଛି ବୁଲା କୁକୁର ଗୋଟିଏ ଘର ସାମ୍ନାରେ ଛିଡ଼ା ହୋଇଥିବା ଜଣେ ୫ ବର୍ଷୀୟ ପିଲାକୁ ଭୟଙ୍କର ଡଙ୍ଗରେ ଆକ୍ରମଣ କରିଛନ୍ତି। ଆକ୍ରମରେ ପିଲାଟି ଗୁରୁତର ହୋଇଛି। ମହାରାଷ୍ଟ୍ରର ପୁଣେର ଚାକନ ଠାରେ ଏଭଳି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ସିସିଟିଭିରେ କଏଦ ହୋଇଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଛୋଟ ପିଲାଟି ଗୋଟିଏ ରାସ୍ତାରେ ଛିଡ଼ା ହୋଇଛି। ରାସ୍ତାରେ ପାଣି ଜମି ଥିବା ବେଳେ ପିଲାଟି ସେଠାରେ ପହଞ୍ଚି କିଛି ଦୂରରେ ଛିଡ଼ା ହୋଇଥିବା ଗୋଟିଏ କଳା କୁକୁରକୁ ଦେଖି ହାତ ହଲାଉଛି। ପିଲାଟି କୁକୁର ଆଡ଼କୁ ଯାଇ ନଥିଲା କିମ୍ବା କୁକୁରଟି ମଧ୍ୟ କୌଣସି ଆକ୍ରମଣର ପ୍ରାକ ସୂଚନା ଦେଇ ନଥିଲା।

ତେବେ କିଛି ସେକେଣ୍ଡ ମଧ୍ୟରେ ପିଲାଟିର ଡାହାଣ ପାର୍ଶ୍ୱରୁ ଆଉ ଗୋଟିଏ କୁକୁର କ୍ଷୀପ୍ର ଗତିରେ ଦୌଡ଼ି ଆସି ଆକ୍ରମଣ କରିଥିଲା। ତୁରନ୍ତ ଆଉ କିଛି କୁକୁର ମଧ୍ୟ ପିଲାଟି ପାଖକୁ ଚାଲି ଆସି ତା’କୁ କାମୁଡ଼ିବାରେ ଲାଗିଥିଲେ। ପିଲାଟି ଚିତ୍କାର କରିବା ସହ ତଳେ ପଡ଼ି ଯାଇଥିବା ବେଳେ କୁକୁର ଗୁଡ଼ିକ ତା’କୁ ଝୁଣିବାରେ ଲାଗିଥିଲେ।

Advertisment

ଏହି ସମୟରେ ଜଣେ ମହିଳା ଘର ଭିତରୁ ଦୌଡ଼ି ଆସି କୁକୁର ଗୁଡ଼ିକ ଉପରକୁ ଟେକା ମାଡ଼ କରିଥିଲେ। କିନ୍ତୁ କୁକୁରମାନେ କିଛି ବି ଶୁଣି ନଥିଲେ। ସେମାନେ ପିଲାଟିକୁ ବୁଦା ନିକଟକୁ ଭିଡ଼ି ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ୨ ଜଣ ବ୍ୟକ୍ତି ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ କୁକୁରଗୁଡ଼ିକୁ ଘଉଡ଼ାଇବା ସହ ପିଲାଟିକୁ ଉଦ୍ଧାର କରିଥିଲେ।

ଏହାପରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି।

Stray Dogs Stray Dog Pune Maharashtra