Advertisment

ଯୁବକଙ୍କ ସାର୍ଟ ଭିତରେ ପଶିଗଲା ନାଗ ସାପ; ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଜଣେ ଯୁବକଙ୍କ ସାର୍ଟ ଭିତରେ ଏକ ନାଗ ସାପ ପଶିଥିବା ବେଳେ ତାଙ୍କର ଅବସ୍ଥା କ’ଣ ହେଲା ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Niharika Rout
Snake

Snake

ସାପ ନାଁ ଶୁଣିଲେ ମନରେ ଛନକା ପଶିଯାଏ। ସାପ କୋଶେ ଦୂରରେ ଥିଲେ ବି ଭୟରେ ଲୋକେ ଦୌଡ଼ି ପଳାନ୍ତି। ହେଲେ ଜଣେ ଯୁବକଙ୍କ ସାର୍ଟ ଭିତରେ ଏକ ନାଗ ସାପ ପଶିଥିବା ବେଳେ ତାଙ୍କର ଅବସ୍ଥା କ’ଣ ହେଲା ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ଛାଇ ପାଇଁ ଏକ ଗଛ ମୂଳେ ବସିଛନ୍ତି। ଆଖପାଖରେ କିଛି ଅନାବନା ଗଛ ରହିଛି। ହଠାତ୍‌ ଏକ ବିଷାକ୍ତ ସାପ ତାଙ୍କ ସାର୍ଟ ଭିତରେ ଧୀରେ ଧୀରେ ପଶିବାକୁ ଲାଗିଲା। ଏ ସମ୍ପର୍କରେ ଯୁବକଜଣକ କିଛି ଜାଣି ପାରିଲେ ନାହିଁ । ମାତ୍ର ସାପଟି ବ୍ୟକ୍ତିଙ୍କ ସାର୍ଟ ଭିତରେ ବୁଲିବାକୁ ଲାଗିବାରୁ  ସେ ଛାନିଆ ହୋଇ  ଚିତ୍କାର କରିବାକୁ ଲାଗିଲେ।

ଏହା ଶୁଣି ଆଖପାଖରେ ଥିବା ଲୋକେ ଉକ୍ତ ଯୁବକଙ୍କ ନିକଟରେ ପହଞ୍ଚି ତାଙ୍କୁ ଭୟଭୀତ ନ ହେବାକୁ କିମ୍ବା ଅଧିକ ଜୋରରେ ପାଟି ନ କରିବାକୁ କହିଥିଲେ। ଏଥିସହ ସାପକୁ ବାହାର କରିବାରେ ଯୁବକଙ୍କୁ ସାହାଯ୍ୟ କରିଥିଲେ। 

Advertisment

କିଛି ସମୟ ପରେ ଧୀରେ ଧୀରେ ସାପଟି କୌଣସି କ୍ଷତି ନ ପହଞ୍ଚାଇ ଉକ୍ତ ଯୁବକଙ୍କ ସାର୍ଟ ଭିତରୁ ବାହାରି ଚାଲି ଯାଇଥିଲା। ଏହି ଘଟଣା ଦେଖି ଆଖପାଖରେ ଉପସ୍ଥିତ ସମସ୍ତେ ଭୟଭୀତ ହୋଇ ଯାଇଥିଲେ। କାରଣ ଉକ୍ତ ସାପ ନାଗ ବୋଲି ସେଠାରେ ଉପସ୍ଥିତ ଲୋକେ କହିଛନ୍ତି। ମାତ୍ର ସାପ ଚୋଟରୁ ବର୍ତ୍ତି ଯାଇଥିବାରୁ ଯୁବକଜଣକ ଭଗବାନଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Viral Video Rescued From Snake