ରାଜସ୍ଥାନର ତତଲା ବାଲିରେ କେମିତି ଡ୍ୟୁଟି କରନ୍ତି ଯବାନ? ବାଲି ଏତେ ତାତିଛି ଯେ ୩୫ ସେକେଣ୍ଡରେ ପାମ୍ପଡ ଭାଜି ହେଇଯାଉଛି। ଜଣେ ବିଏସଏଫ ଯବାନ ରାଜସ୍ଥାନ ବିକାନେରର ତତଲା ବାଲିରେ ପାମ୍ପଡକୁ ଭାଜି ଭିଡିଓ କରିଛନ୍ତି।
ବାଲିରେ ୩୫ ସେକେଣ୍ଡ ପାମ୍ପଡକୁ ଘୋଡ଼ାଇ ରଖି ବାହାର କରିବା ପରେ ପାମ୍ପଡ ପୁରା ଭାଜି ହୋଇଯାଇଛି। ଯେତେବେଳେ ସାରା ଦେଶରେ ଗ୍ରୀଷ୍ମ ଲହରୀରେ ଲୋକେ ତତଲା କଡ଼େଇରେ ଭାଜି ହେଉଛନ୍ତି ଠିକ୍ ସେତିକି ବେଳେ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟିରେ ଥିବା ଜଣେ ବିଏସଏଫ ଯବାନ ପ୍ରମାଣିତ କରୁଛନ୍ତି ଯେ, ସ୍ଥିତି ଯେତେ ପ୍ରତିକୁଳ ହେଉନା ନା କାହିଁକି ଦେଶ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ।
ତେବେ ଶୋସାଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଏହି ଭିଡିଓ ଓ ଯବାନଙ୍କୁ ଢେର ସାରା ପ୍ରଶଂସା କରାଯାଉଛି।
#ବାଲିରେ_ପାମ୍ପଡ_ଭାଜିଦେଲେ_ଯବାନ
— Odisha Reporter (@OdishaReporter) May 22, 2024
ଦେଖନ୍ତୁ କେମିତି ଡହ ଡହ ଖରାରେ ଦେଶର ସୁରକ୍ଷା ପାଇଁ ଡ୍ୟୁଟି କରୁଛନ୍ତି ଯବାନ। ମାତ୍ର ୩୫ ସେକେଣ୍ଡରେ ଜଣେ BSF ଯବାନ ରାଜସ୍ଥାନ ବିକାନେରର ତତଲା ମରୁଭୂମି ବାଲିରେ ଏକ ପାମ୍ପଡକୁ ଭାଜି ଦେଖାଇଛନ୍ତି। #IndianArmy #BSF #HeatWave pic.twitter.com/x4Itl7q65k