/odisha-reporter/media/post_attachments/uploadimage/library/16_9/16_9_0/IMAGE_1703148390.jpg)
Fight for paneer
ସାଧାରଣତଃ ଆଜିକାଲି ଅଧିକାଂଶ ଭୋଜିଭାତରେ ଭେଜ୍ ଆଇଟମ୍ରେ ପନିର୍ ଡିସ୍ ନିହାତି ଭାବେ ଥାଏ। ସମସ୍ତେ ଭେଜିଟେରିଆନ୍ମାନଙ୍କ ପାଇଁ ଆଗ ପନିର୍ ବ୍ୟବସ୍ଥା କରିଥାନ୍ତି। ସେହିପରି ଘରେ ଓ ହୋଟେଲ ବଦଳରେ ଭୋଜିରେ ପନିର ଖାଇବରା ମଜା ମଧ୍ୟ ଟିକେ ନିଆରା ଥାଏ। ହେଲେ ଏବେ ବିବାହ ଭୋଜିରେ ଏହି ପନିର୍ ପାଇଁ ଆରମ୍ଭ ହୋଇଛି ଖଣ୍ଡଯୁଦ୍ଧ। ଲୋକେ ପନିର ଖଣ୍ତକ ପାଇଁ ପରସ୍ପର ଉପରେ ପିଟାପିଟି ହୋଇଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚାଲିଥିଲା ବିବାହ। ବର-କନ୍ୟା ବସିଥିଲେ ବେଦିରେ। ସେପଟେ ଅତିଥି ଆସି ଭୋଜି ଖାଇବାର ମଜା ମଧ୍ୟ ନେଉଥିଲେ। ତେବେ ହଠାତ ବର ପକ୍ଷ ଓ କନ୍ୟା ପକ୍ଷ ହୋଇଯାଇଥିଲେ ମୁହାଁମୁହିଁ। ବିବାହ ହଲ୍ ଭିତରେ ଆରମ୍ଭ ହୋଇଯାଇଥିଲା ମାର୍ପିଟ୍ । ଭୋଜିରେ ମଟର୍ ପନିର୍ ନମିଳିବାରୁ ରାଗିଯାଇଥିଲେ ବର ପକ୍ଷ। କନ୍ୟା ପକ୍ଷ ଉପରକୁ ଚେୟାର ଟେବୁଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ।
କେବଳ ସେତିକି ନୁହେଁ ପରସ୍ପର ପିଟାପିଟି ମଧ୍ୟ ହୋଇଥିଲେ। ଲାତ ଗୋଇଠା ସାଙ୍ଗକୁ ମୁଥ ଚାପୁଡା ମଧ୍ୟ ବର୍ଷିଥିଲା। @ harkekalesh ନାମକ ଏକ ପେଜ୍ରେ ଏହି ପୂରା ଘଟଣାର ଭିଡିଓଟିକୁ ପୋଷ୍ଟ କରାଯାଇଛି। ଏ ଭିଡିଓ ଶେୟାର କରାଯାଇ କ୍ୟାପ୍ଶନ ଲେଖାଯାଇଛି, ଏମାନେ ପୁଅ ଏବଂ ଝିଅ ପକ୍ଷ ଲୋକ। ଲଢ଼େଇର କାରଣ ହେଲା ମଟର-ପନିର। ଥାଳିରେ ପନିର ନ ମିଳିବାରୁ ଏପରି କାଣ୍ଡ ଘଟିଛି । କିଛି ଲୋକ ନୀରବରେ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି।
Kalesh b/w groom side and bride side people's during marriage over no pieces of paneer inside matar paneer
pic.twitter.com/qY5sXRgQA4— Ghar Ke Kalesh (@gharkekalesh) December 20, 2023
ତେବେ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
