ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକଙ୍କ ଗୋଟିଏ ବୟାନକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖିବାକୁ ମିଳିଛି। ସେ ଗୋଟିଏ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କରେ ଅଶାଳୀନ ବୟାନ ଦେଇଛନ୍ତି।
ଏହି ସମୟରେ ତାଙ୍କ ପାଖରେ ଶାହିଦ ଆଫ୍ରିଦି ଓ ଉମର ଗୁଲ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ଏହାକୁ ଶୁଣି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ବାସ ଏହାର ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ରଜାକଙ୍କୁ ସମସ୍ତେ ଟ୍ରୋଲ କରିବାରେ ଲାଗିଛନ୍ତି।
ପାକିସ୍ତାନ ମିଡିଆ ପକ୍ଷରୁ ରଜାକଙ୍କୁ ୨୦୨୩ ଆଇସିସି ବିଶ୍ୱକପରେ ପାକିସ୍ତାନ ଟିମର ପ୍ରଦର୍ଶନ ସମ୍ପର୍କରେ ପଚରା ଯାଇଥିଲା। ରଜାକ ପାକିସ୍ତାନ କ୍ରିକେଟ ବୋର୍ଡକୁ ଟାର୍ଗେଟ କରିବା ବେଳେ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଅସଭ୍ୟଙ୍କ ଭଳି ବୟାନ ଦେଇଛନ୍ତି।
ରଜାକ କହିଛନ୍ତି, “କ୍ୟାପ୍ଟେନ ଭାବେ ୟୁନିସ ଖାନଙ୍କ ଉଦ୍ଦେଶ୍ୟ ଭଲ ଥିଲା। ଏହା ମୋତେ ଭଲ ପ୍ରଦର୍ଶନ କରିବାକୁ ବିଶ୍ୱାସ ଦେଉଥିଲା। ଏଠାରେ ଯେଉଁମାନେ ସମସ୍ତେ ରହିଛନ୍ତି, ସେମାନେ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହୁଛନ୍ତି। ପାକିସ୍ତାନ ଟିମ ସମ୍ପର୍କରେ ମତ ରଖୁଛନ୍ତି।
ବାସ୍ତବରେ ପାକିସ୍ତାନରେ ଖେଳାଳିଙ୍କୁ ପଲିସ କରିବା ଓ ଖେଳାଳିଙ୍କ ବିକାଶ କରିବା ପାଇଁ ଆମ ପାଖରେ ଭଲ ଉଦ୍ଦେଶ୍ୟ ନାହିଁ। ଯଦି ଆପଣ ଭାବୁଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଗଲେ ଗୋଟିଏ ଭଲ ଓ ବୁଦ୍ଧିଆ ପିଲା ଜନ୍ମ ହୋଇଯିବ, ତା’ହେଲେ ଏହା କେବେ ସମ୍ଭବ ନୁହେଁ। ତେଣୁ ସବୁ କିଛି ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିର୍ଭର କରେ।”
ରଜାକଙ୍କ ଏପରି ଅସଭ୍ୟ ବୟାନକୁ ବିରୋଧ କରିବା ବଦଳରେ ତାଙ୍କ ପାଖରେ ବସିଥିବା ଆଫ୍ରିଦି ସମର୍ଥନ କରିଥିଲେ। ସେ ହସିବା ସହ କଥା ଶୁଣି ତାଳି ମାରିଥିଲେ।
ତେବେ ଏପରି ଅସମ୍ମାନ କରିବା ଭଳି ବୟାନର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ରଜାକ ଓ ସେଠାରେ ଉପସ୍ଥିତ ଥିବା ପାକିସ୍ତାନର ପୂର୍ବତନ କ୍ରିକେଟରମାନଙ୍କୁ ସମାଲୋଚନା କରିଛନ୍ତି।
ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ‘ଐଶ୍ୱର୍ଯ୍ୟା’ ମନ୍ତବ୍ୟକୁ ନେଇ ସୋଶାଲ ମିଡିଆରେ ଝଡ଼
ପାକିସ୍ତାନ ମିଡିଆ ପକ୍ଷରୁ ରଜାକଙ୍କୁ ୨୦୨୩ ଆଇସିସି ବିଶ୍ୱକପରେ ପାକିସ୍ତାନ ଟିମର ପ୍ରଦର୍ଶନ ସମ୍ପର୍କରେ ପଚରା ଯାଇଥିଲା। ରଜାକ ପାକିସ୍ତାନ କ୍ରିକେଟ ବୋର୍ଡକୁ ଟାର୍ଗେଟ କରିବା ବେଳେ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଅସଭ୍ୟଙ୍କ ଭଳି ବୟାନ ଦେଇଛନ୍ତି।
Abdul Razzaq