Advertisment

ସ୍କୁଲରେ ମାତାଲ ଶିକ୍ଷକ: କହିଲେ ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ

ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Drunk Teacher

Drunk Teacher

ସ୍କୁଲ ଭିତରେ ମାତାଲ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ବସି ପିଉଛନ୍ତି ମଦ। ହାତରେ ମଦ ବୋତଲ ଓ ଗ୍ଲାସ୍‌ ଧରି ତିଆରି କରୁଛନ୍ତ ପେଗ୍‌। ବାରଣ କରିବା ପରେ ବେଧଡକ ଅନ୍ଦାଜରେ କହିଲେ ମୋ ଇଚ୍ଛା ଯାହା କରିବାର ଅଛି କର। ମୁଁ ପ୍ରତିଦିନ ପିଏ। ସ୍କୁଲ ଭିତରେ ଶିକ୍ଷକଙ୍କ ଏଭଳି କିଛି ଦାଦାଗିର ଏବେ ସୋଶାଲ ମିଡିଆରେ ଭାଇରାଲ ହୋବରେ ଲାଗିଛି।

Advertisment

ଛତିଶଗଡର ବିଳାସପୁର। ଏଠାକର ମସ୍ତୁରୀ ବ୍ଲକ ସ୍ଥିତ ଏକ ପ୍ରାଥମିକ ସ୍କୁଲର ଏହି ଘଟଣା। ବୁଧବାର ସ୍କୁଲ ଖୋଲିଥିଲା। ପିଲାମାନେ ଓ ଶିକ୍ଷକ ସ୍କୁଲରେ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ଗଣେଶ ଚୌହାନରେ ସ୍କୁଲ ଅଫିସରେ ବସିଥିଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ନିଜ କାମରେ ଲାଗିଥିଲେ। ଏହି ସମୟରେ ଏଠାକାର ଜଣେ ସହାୟକ ଶିକ୍ଷକ ସନ୍ତୋଷ କୁମାର କେଉଟ ମାତାଲ ଅବସ୍ଥାରେ ପକେଟରେ ଏକ ମଦ ବୋତଲ ଓ କିଛି ଜିନିଷ ଧରି ସ୍କୁଲରେ ପହଞ୍ଚିଥିଲେ।

ଏହାପରେ ଶିକ୍ଷକ ସନ୍ତୋଷ କୁମାର ଅଫିସ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସାମ୍ନାରେ ଟେବୁଲ ଉପରେ ମଦ ବୋତଲ ଓ ଗ୍ଲାସ ରଖି ତିଆରି କରିଥିଲେ ପେଗ୍। କେବଳ ସେତିକି ନୁହେଁ ପାଖରେ ଚାଖଣା ମଧ୍ୟ ରଖିଥିଲେ। ଏହି ସମୟରେ ଭିଡିଓ ତିଆରି କିରଥିବା ବ୍ୟକ୍ତି ଜଣକ ତାଙ୍କୁ ଆକଟ କରିବା ପରେ ବେଧଡକ ଅନ୍ଦାଜରେ ସେ ଉତ୍ତର ଦେଇଥିଲେ। କହିଥିଲେ, 'ମୋ ଇଚ୍ଛା। ତମର ଯାହା କରିବାର ଅଛି କର। ମୋ ପାଖରେ ସବୁ ସାମାନ ଅଛି। ମୁଁ ପ୍ରତିଦିନ ପିଏ। ମୋ ଫଟୋ ଉଠାଇଲେ ଉଠାଅ। ତମେ ମୋର କ'ଣ କରିବ କର।'

Advertisment

ଏହା କହି ସେ ଖୋଲା ଖୋଲି ଭାବେ ଅନ୍ୟ ଶିକ୍ଷକ ଓ ପିଲାଙ୍କ ସାମ୍ନାରେ ମଦ ପିଇବାକୁ ଲାଗିଥିଲେ। ପାଖରେ ପ୍ରଧାନ ଶିକ୍ଷୟିତ୍ରୀ ବସିଥିଲେ ସୁଦ୍ଧା ସେ ତାଙ୍କୁ ଖାତିର କରିନଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି।

Viral Video Drunk Teacher Chhattisgarh School