Advertisment

ବିମାନ ଯାତ୍ରୀଙ୍କ ଖାଇବାରୁ ବାହାରିଲା ବ୍ଲେଡ୍‌

ବିମାନ କର୍ତ୍ତୃପକ୍ଷ ପକ୍ଷ ଦେଇଥିବା ମିଲରୁ ବ୍ଲେଡ ମିଳିବା ପରେ ଯାତ୍ରୀ ଜଣଙ୍କ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Air India

Air India

Advertisment

ଏୟାର ଇଣ୍ଡିଆ ବିମାନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ଧାତବ ବ୍ଲେଡ। ବିମାନ କର୍ତ୍ତୃପକ୍ଷ ପକ୍ଷ ଦେଇଥିବା ମିଲରୁ ବ୍ଲେଡ ମିଳିବା ପରେ ଯାତ୍ରୀ ଜଣଙ୍କ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏକ୍ସରେ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

Advertisment

ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ମିଳିଥିଲା। ସେ ଏହାକୁ ଚୋବାଇବା ବେଳେ ହିଁ ବ୍ଲେଡ ସର୍ମ୍ପକରେ ଜାଣିବାକୁ ପାଇଥିଲେ। ବ୍ଲେଡ ତାଙ୍କ ପାଟିକୁ ଚାଲି ଯାଇଥିଲେ ହେଁ ସେ ଅଳ୍ପକେ ବିପଦରୁ ରକ୍ଷା ପାଇ ଯାଇଥିଲେ।

Advertisment

ପଲ ଲେଖିଛନ୍ତି, “ଏୟାର ଇଣ୍ଡିଆ ଖାଦ୍ୟ ଛୁରୀ ଭଳି କାଟି ଦେଇପାରେ। ସ୍ୱିଟ ପୋଟାଟା ଓ ଫିଗ ଚାଟ ମଧ୍ୟରେ ଥିବା ମେଟାଲ ଜିନିଷଟି ପୂରା ବ୍ଲେଡ ଭଳି ହୋଇଛି। ମୁଁ କେବଳ ଖାଦ୍ୟକୁ କିଛି ସେକେଣ୍ଡ ଚୋବାଇବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲି।

ସୌଭାଗ୍ୟବଶତଃ ମୋର କୌଣସି କ୍ଷତି ହୋଇନାହିଁ। ନିଶ୍ଚିତ ଭାବେ ଏୟାର ଇଣ୍ଡିଆ କ୍ୟାଟେରିଂର ସବୁ ଦୋଷ। କିନ୍ତୁ ଏହା ଏୟାର ଇଣ୍ଡିଆ ପ୍ରତି ସୃଷ୍ଟି ହୋଇଥିବା ମୋ ଧାରାଣାକୁ ବଦଳାଇ ପାରିବ ନାହିଁ।”

ଏୟାର ଇଣ୍ଡିଆ ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି।

Air India Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe