/odisha-reporter/media/post_attachments/uploadimage/library/16_9/16_9_0/Cricket_1751359221.jpg)
Cricket
ମୃତ୍ୟୁ କେତେବେଳେ କେଉଁଠି ଆସିବ, ସେକଥା କାହାକୁ ଜଣା ନାହିଁ। ମୃତ୍ୟୁ ଅପ୍ରତ୍ୟାଶିତ। ବାରମ୍ବାର ହଠାତ ମୃତ୍ୟୁ ସମସ୍ତଙ୍କୁ ଚକିତ କରିବାରେ ଲାଗିଛି। ବିଶେଷ କରି ୨୦୨୦ ପର ଠାରୁ ହୃଦଘାତ ଜନିତ ମୃତ୍ୟୁ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଶାରିରୀକ ସ୍ତରରେ ଫିଟ ଥିବା ଲୋକ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି।
ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମୃତ୍ୟୁର ଦୃଶ୍ୟ ରହିଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟାଟର କ୍ରିକେଟ ମ୍ୟାଚ୍ରେ ଛକା ମାରିବା କ୍ଷଣି ପିଚ୍ରେ ଟଳି ପଡ଼ୁଛନ୍ତି। ଏହି ଭିଡିଓଟି ପଞ୍ଜାବର ଫିରୋଜପୁରରୁ ଆସିଛି। ବ୍ୟାଟର ଜଣଙ୍କ ପିଚ୍ରେ ଗାର୍ଡ ନେବା ସହ ସାମ୍ନା କରିଥିବା ବଲକୁ ବାଉଣ୍ଡରୀ ବାହାରକୁ ପଠାଇ ଦେଉଛନ୍ତି।
ଛକା ମାରିବା ପରେ ସେ ପିଚ୍ର ମଝିକୁ ଯାଉଛନ୍ତି। ଏହାପରେ ଛାତିରେ ଯନ୍ତ୍ରଣା ହେବାରୁ ସେ ଆଣ୍ଠେଇ ବସୁଛନ୍ତି ବିସିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେହି ଅବସ୍ଥାରେ ହିଁ ସେ ପିଚ୍ରେ ଟଳି ପଡ଼ୁଛନ୍ତି। ତାଙ୍କୁ ଏପରି ଅବସ୍ଥାରେ ଦେଖି ସାଥୀ ଖେଳାଳିମାନେ ଦୌଡ଼ି ଆସିବା ସହ ସିପିଆର ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରୁ କୌଣସି ଫାଇଦା ମିଳି ନଥିଲା। ବ୍ୟାଟର ଜଣଙ୍କ ଚେତା ଫେରି ନଥିଲା ଓ ସେ ହାର୍ଟ ଆଟାକରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିଲା।
A local cricketer in Ferozepur hit a six off a delivery, but just moments later, he suffered a heart attack and tragically collapsed on the ground, losing his life. pic.twitter.com/7j4WXolkFf
— Vipin Tiwari (@Vipintiwari952) June 29, 2025
ମୃତକ ଜଣଙ୍କ ହେଉଛନ୍ତି ହରଜିତ ସିଂହ। ସେ ଫିରୋଜପୁରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ମ୍ୟାଚ୍ ଖେଳୁଥିଲେ। କିନ୍ତୁ ମ୍ୟାଚ୍ରେ ସେ ଛକା ମାରିବା କ୍ଷଣି ହୃଦଘାତରେ ପ୍ରାଣ ହରାଇଛନ୍ତି।
ଏହାପୂର୍ବରୁ ୨୦୨୪ ଜୁନରେ ମୁମ୍ବାଇରେ ସମାନ ଘଟଣା ଘଟିଥିଲା। ଏଠାରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି କ୍ରିକେଟ ମ୍ୟାଚ୍ ଖେଳିବା ବେଳେ ପ୍ରାଣ ହରାଇଥିଲେ। ୪୨ ବର୍ଷୀ ରାମ ଗଣେଶ ତେୱାର ମ୍ୟାଚ୍ରେ ଛକା ମାରିବା କ୍ଷଣି ପିଚ୍ରେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
