Advertisment

ଯାତ୍ରୀଙ୍କୁ ସ୍ମାର୍ଟ ୱାଚ୍‌ରେ କ୍ୟୁଆର କୋଡ ଦେଖାଇଲେ ଅଟୋ ଚାଳକ, ଫଟୋ ଭାଇରାଲ

ଜଣେ ଯାତ୍ରୀ ଉକ୍ତ ଅଟୋ ଚାଳକଙ୍କ ଗାଡ଼ିରେ ଯାତ୍ରା କରିଥିବା ବେଳେ ଓହ୍ଲାଇବା ବେଳେ ଟଙ୍କା ଦେବାକୁ କ୍ୟୁଆର କୋଡ ଦେଖାଇବାକୁ କହିଥିଲେ।

author-image
Niharika Rout
Smart Watch

Smart Watch

ଆଇଟି ସହର ବାଙ୍ଗାଲୁରୁରେ ସବୁବେଳେ ନୂଆ ନୂଆ ଟେକନୋଲଜି ଦେଖିବାକୁ ମିଳିଥାଏ। ଏବେ ଜଣେ ହାଇ-ଟେକ୍‌ ଅଟୋ ଚାଳକଙ୍କ ହାଇଟେକ୍‌ ବୁଦ୍ଧି ଦେଖି ସୋଶାଲ ମିଡିଆରେ ତାଜୁବ ହେଉଛନ୍ତି ୟୁଜର୍ସ।

Advertisment

ସାଧାରଣତଃ ଆମେ ଅଟୋରେ ଯାତ୍ରା କଲେ ଅଟୋ ଚାଳକଙ୍କୁ ଅନଲାଇନ୍‌ କିମ୍ବା ଅଫଲାଇନ୍‌ ମୋଡରେ ତାଙ୍କ ପ୍ରାପ୍ୟ ଦେଇଥାଉ। ଏଥିନିମନ୍ତେ ଅଟୋ ଚାଳକ ତାଙ୍କ ଅଟୋରେ ଲଗାଇଥାନ୍ତି କ୍ୟୁଆର କୋଡ । ହେଲେ ଏବେ ଜଣେ ଅଟୋ ଚାଳକ ଗ୍ରାହକଙ୍କୁ ନିଜ ସ୍ମାର୍ଟ ଫୋନ୍‌ରେ ଦେଖାଇଛନ୍ତି କ୍ୟୁ-ଆର କୋଡ ।

କିଛି ଦିନ ପୂର୍ବେ ଜଣେ ଯାତ୍ରୀ ଉକ୍ତ ଅଟୋ ଚାଳକଙ୍କ ଗାଡ଼ିରେ ଯାତ୍ରା କରିଥିବା ବେଳେ ଓହ୍ଲାଇବା ବେଳେ ଟଙ୍କା ଦେବାକୁ କ୍ୟୁଆର କୋଡ ଦେଖାଇବାକୁ କହିଥିଲେ। ଏହା ଶୁଣି ତତ୍‌କ୍ଷଣାତ ଅଟୋ ଚାଳକଜଣକ ନିଜ ସ୍ମାର୍ଟ ଫୋନ୍‌ରେ ଥିବା କ୍ୟୁ ଆର କୋଡ ଦେଖାଇଥିଲେ। ତାହାକୁ ସେ ନିଜ ସ୍କ୍ରିନସେଭର ଭାବେ ନିଜ ସ୍ମାର୍ଟ ୱାଚ୍‌ରେ ସେଭ ରଖିଛନ୍ତି।

Advertisment

ଏହାର ଏକ ଫଟୋ ଜଣେ ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରିଥିବା ବେଳେ ଏହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଯାବତ ଲକ୍ଷେରୁ ଊର୍ଦ୍ଧ୍ୱ ୟୁଜର୍ସ ଏହି ଫଟୋକୁ ଦେଖି ସାରିଲେଣି।

ଆଇଟି ଇଣ୍ଡଷ୍ଟ୍ରି ତଥା ଷ୍ଟାର୍ଟଅପ୍ ବିଜନେସ ପାଇଁ ସମଗ୍ର ଦେଶରେ ଜଣାଶୁଣା ବାଙ୍ଗାଲୁରୁର ଏପରି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Bengaluru