Advertisment

ଭାଇରାଲ୍‌ ହେଉଛି ଅରିନ୍ଦମଙ୍କ ଫଟୋ

ଯୁବ ସମ୍ମିଳନୀ ପରେ ଅରିନ୍ଦମ ଗଣମାଧ୍ୟମକୁ କହିଥିଲେ, ମୁଁ କାହା ସହ ଦେଖାକରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି ଭାବନ୍ତୁ।

ଅଦ୍ୟତନ ହୋଇଛି
BJP

BJP

Advertisment

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରଲ ହେଉଛି। ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଛି। ତେବେ ଏହି ଫଟୋ କେବେକାର, ତାହା ଜଣାପଡ଼ି ନାହିଁ। ତେବେ ଏହି ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହେଉଛି। ଲଗାତାର ଭାବେ ଅରିନ୍ଦମଙ୍କ ଏପରି ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍‌ ହେଉଥିବାରୁ କଟକ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି।

Advertisment

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ ଅରିନ୍ଦମ। ଆଉ ଏବେ ଏହି ଫଟୋକୁ ସାମ୍ନାକୁ ଆସିବା ପରେ ନାନା ଚର୍ଚ୍ଚା ହେଉଛି। ସେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ଏନେଇ ତାଙ୍କର କିମ୍ୱା ପ୍ରକାଶ ବେହେରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ଦେଖିବାକୁ ଗଲେ ଅରିନ୍ଦମ ଦୀର୍ଘ ଦିନ ଧରି ବିଜେଡିରୁ କୋଣଠେସା ହୋଇ ରହିଛନ୍ତି। ଯେଉଁଥିପାଇଁ ସେ କିଛି ଦିନ ତଳେ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ଗତ ୧୨ ତାରିଖରେ କଟକ ବାଲିଯାତ୍ରା ପଡିଆଠାରେ ଏକ ଯୁବ ସମ୍ମିଳନୀ ଆୟୋଜନ କରିଥିଲେ। ସେଠାରେ ଲାଗିଥିବା ବ୍ୟାନରରେ ବିଜେଡି ନାମ ଗନ୍ଧ ନଥିଲା। ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍‌ ହୋଇଥିଲେ।

Advertisment

ଯୁବ ସମ୍ମିଳନୀ ପରେ ଅରିନ୍ଦମ ଗଣମାଧ୍ୟମକୁ କହିଥିଲେ, ମୁଁ କାହା ସହ ଦେଖାକରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି ଭାବନ୍ତୁ।

BjD Bjp Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe