Advertisment

Assaulting Toll Staff: ମାଗଣା ପାସ୍‌ ପାଇଁ ଟୋଲ କର୍ମଚାରୀଙ୍କୁ ପିଟିଲେ ବିଜେପି ନେତାଙ୍କ ପୁଅ: ଭିଡିଓ ଭାଇରାଲ୍‌

ସମର୍ଥ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ମାଗଣାରେ ନିଜ କାର ସହ ଟୋଲ ଗେଟ୍‌ ପାସ୍‌ କରିବାକୁ ଚାହୁଁଥିଲେ। ହେଲେ ଟୋଲ ଗେଟ କର୍ମଚାରୀ ତାଙ୍କୁ ମାଗଣାରେ ଛାଡ଼ି ନଥିଲେ। ସେ ନିଜକୁ ବିଜେପି ନେତା ବିଜୁ ଗୌଡାଙ୍କ ପୁଅ ବୋଲି କହିବା ସହ ଟୋଲ ଫି’ ବିନା ଗାଡ଼ି ଛାଡ଼ିବାକୁ କହିଥିଲେ।

BJP

ଘଟଣା ବେଳର ଦୃଶ୍ୟ

Advertisment

କ୍ୟାମେରାରେ ଧରାପଡ଼ିଛି ଜଣେ ବିଜେପି ନେତାଙ୍କ ପୁଅର ଦାଦାଗିରି। ମାଗଣା ପାସ୍‌ ପାଇଁ ସେ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ବିଜେପି ନେତାଙ୍କ ପୁଅ ଜଣଙ୍କ ବିନା ଫି’ରେ ଟୋଲ ଗେଟ୍‌ ଅତିକ୍ରମ କରିବାକୁ ଚାହୁଁଥିଲେ। ହେଲେ ଟୋଲ କର୍ମଚାରୀ ଏଥିପାଇଁ ଅନୁମତି ନ ଦେବାରୁ  ବିଜେପି ନେତାଙ୍କ ପୁଅ ଜଣଙ୍କ ସର୍ବସମ୍ମୁଖରେ ତାଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି। 

Advertisment

କର୍ଣ୍ଣାଟକା(Karnataka)ର କାନ୍ନୋଲି ଟୋଲ ଗେଟ୍‌ ନିକଟରେ ଏପରି ଘଟଣା ଘଟିଛି। ଭିଡିଓରେ ମାଡ଼ ମାରୁଥିବା ବ୍ୟକ୍ତି ଜଣଙ୍କ ହେଲେ ସମର୍ଥ ଗୌଡା ପାଟିଲ। ତାଙ୍କ ବାପା ବିଜୁ ଗୌଡା ପାଟିଲ ହେଉଛନ୍ତି ବିଜେପିର ଜଣେ ନେତା। ବିଜୁ ଗୌଡା ଏକଦା ବାବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। 

ସମର୍ଥ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ମାଗଣାରେ ନିଜ କାର ସହ ଟୋଲ ଗେଟ୍‌(Toll Plaza) ପାସ୍‌ କରିବାକୁ ଚାହୁଁଥିଲେ। ହେଲେ ଟୋଲ ଗେଟ କର୍ମଚାରୀ ତାଙ୍କୁ ମାଗଣାରେ ଛାଡ଼ି ନଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଟୋଲ ଗେଟ୍‌ ନିକଟରେ ଗୋଟିଏ କାର ରହିଥିବା ବେଳେ ସମର୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି।

Advertisment

ସେ ନିଜକୁ ବିଜେପି ନେତା(BJP Leader) ବିଜୁ ଗୌଡାଙ୍କ ପୁଅ ବୋଲି କହିବା ସହ ଟୋଲ ଫି’ ବିନା ଗାଡ଼ି ଛାଡ଼ିବାକୁ କହିଥିଲେ। ତଥାପି କର୍ମଚାରୀମାନେ କିଛି ଶୁଣି ନଥିଲେ। ବିଜୁ ଗୌଡା ପାଟିଲ କିଏ ବୋଲି ଜଣେ କର୍ମଚାରୀ ପଚାରିବାକୁ ରାଗି ଯାଇଥିଲେ ସମର୍ଥ।

ସେ ଗାଡ଼ିରୁ ବାହାରି ପ୍ରଶ୍ନ କରିଥିବା କର୍ମଚାରୀଙ୍କୁ ଧକ୍କା, ବିଧା ଓ ଚାପୁଡ଼ା ମାରିଥିଲେ। ତାଙ୍କ ଗାଡ଼ିରେ ଥିବା ଆଉ ଜଣେ ବ୍ୟକ୍ତି ମଧ୍ୟ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିବାକୁ ଆଦୌ ପଛାଇ ନଥିଲେ। ମାଡ଼(Assault)ରୁ ବର୍ତ୍ତିବା ପାଇଁ ଟୋଲ କର୍ମଚାରୀ ଜଣଙ୍କ ଉଦ୍ୟମ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। 

ଭିଡିଓ ଭାଇରାଲ ହୋଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ବିଜେପି ନେତାଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କି ପ୍ରକାରର କର୍ଯ୍ୟାନୁଷ୍ଠାନ ନେଇଛି, ସେକଥା ଜଣାପଡ଼ିନାହିଁ। ସେହିପରି ଘଟଣା ଉପରେ ବିଜେପି କିମ୍ବା କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାଏ ହସ୍ତଗତ ହୋଇନାହିଁ। 

BJP Leader Karnataka Toll Plaza Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe