Plain Crash Sport
ବ୍ରାଜିଲର ସାଓ ପାଉଲୋରେ ଘଟଛି ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ଥିବା ୬୨ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଥିବାବେଳେ ଚାରି ଜଣ କ୍ରୁ ସଦସ୍ୟ ଥିଲେ। ବର୍ତ୍ତମାନ ଦୁର୍ଘଟଣା ସମୟର ଦୃଶ୍ୟ ସାମ୍ନାକୁ ଆସିଛି।
ଭିଡିଓ ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ଅନୁମାନ କରିହେବ। ସୋଶାଲ ମିଡିଆରେ ଶେଆର ହୋଇଥିବା ଭିଡିଓ ଅନୁସାରେ, ବିମାନଟି ହଠାତ୍ ଆକାଶରୁ ତଳକୁ ଖସି ଆସୁଛି। ଖୁବ୍ ଜୋରରେ ଘୂରି ଘୂରି ଏକ ଜନବସତି ଅଞ୍ଚଳରେ ପଡୁଛି, ଆଉ ହଠାତ୍ ନିଆଁ ଲାଗିଯାଉଛି।
ବିମାନ ସମେତ ସମସ୍ତ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଉଛନ୍ତି। ସୌଭାଗ୍ୟବଶତଃ ବିମାନଟି ଏକ ଖାଲି ସ୍ଥାନରେ ପଡିଥିଲା। ଏଥିରେ ଅନ୍ୟମାନଙ୍କର କୌଣସି କ୍ଷତି ହୋଇନାହିଁ।
ପ୍ରକାଶ ଥାଉକି, VoePass ଏୟାରଲାଇନ୍ସର ATR ୭୨-୫୦୦ ବିମାନ ବ୍ରାଜିଲର କାସ୍କାବେଲରୁ ସାଓ ପାଉଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଯାଉଥିଲା। ଏହି ସମୟରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇ ଥିବାବେଳେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।
ବିମାନର ଫ୍ଲାଇଟରାଡାର୨୪ ଦ୍ୱାରା କରାଯାଇଥିବା ଟ୍ରାକିଂ ଅନୁସାରେ, ଶେଷ ଥର ପାଇଁ ବିମାନଟି ୪,୧୦୦ ଫୁଟ୍ ଉଚ୍ଚରେ ଉଡୁଥିବା ସମୟରେ ଯୋଗାଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us