Advertisment

ବରଣମାଳା ପରେ ଧୂମ୍‌ ନାଚିଲେ କନିଆଁ, ଚକିତ ହୋଇଗଲେ ବର

ବରଣମାଳା ନୀତି ପରେ ପରେ ଗୀତର ତାଳେ ତାଳେ ହଠାତ୍‌ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି କନିଆଁ। ତାଙ୍କ ଡ୍ୟାନ୍ସ ଦେଖି ବର ଛାନିଆ।

bride dance on stage

bride dance on stage

Advertisment

ସାଧାରଣତଃ ବିବାହ କାର୍ଯ୍ୟ ବେଳେ ଅନେକ ଜିନିଷ କ୍ୟାମେରାରେ କଏଦ୍‌ ହୋଇଥାଏ। ଯାହାକୁ ଦେଖିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ତ ଆଉ କେତେବେଳେ ହସ ମଧ୍ୟ ଲାଗିଥାଏ। ସୋଶାଲ ମିଡିଆରେ ବର-କନିଆଁଙ୍କ ଗ୍ରାଣ୍ଡ ଏଣ୍ଟ୍ରିର ଅନେକ ଭିଡିଓ ରହିଛି, ଯାହା ହୃଦୟସ୍ପଶୀ। ସେହିପରି ବର-କନ୍ୟାଙ୍କ ରୋମାଣ୍ଟିକ ଅନ୍ଦାଜ ବି ଚର୍ଚ୍ଚା ସାଉଁଟି ଥାଏ। ନିକଟରେ ବିବାହ ମଣ୍ଡପରୁ ଏକ କୌତୁହଳ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପୂରା ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଛି ମଣ୍ଡପ। ଷ୍ଟେଜ ଉପରେ ଠିଆ ହୋଇଛନ୍ତି ବର-କନ୍ୟା। ଆଖପାଖରେ ବନ୍ଧୁ ବାନ୍ଧବଙ୍କ ଭିଡ ମଧ୍ୟ ଜମିଛି। ସରିଛି ବରଣମାଳା ନୀତି। ଠିକ୍‌ ଏହା ପରେ ପରେ ଗୀତର ତାଳେ ତାଳେ ହଠାତ୍‌ ଡ୍ୟାନ୍ସ କରିବାକୁ ଲାଗୁଛନ୍ତି କନିଆଁ। ବେଶ୍‌ ବିନ୍ଦାସ୍‌ ହୋଇ ଖୋଲା ଅନ୍ଦାଜରେ ନବ ବଧୂ ନାଚୁଛନ୍ତି।

ସେପଟେ କନିଆଁକୁ ନାଚୁଥିବା ଦେଖି ପାଖରେ ଠିଆ ହୋଇଥିବା ବର ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି। ସେ ଚାହିଁଲେ ମଧ୍ୟ ନିଜ ହସ ଉପରେ କଣ୍ଟ୍ରୋଲ କରିପାରୁ ନାହାନ୍ତି। ସୋଶାଲ ମିଡିଆରେ ଏହି ଭିଡିଓ i_love_yau_1430 ଆକାଉଣ୍ଟରୁ ଶେଆର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ ଲକ୍ଷ ୩୦ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି।

Advertisment

ସେହିପରି ଏହି ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ବାସ୍‌ ସେତିକି ଥାଉ ଦିଦି। ସେହିପରି ଆଉ ଜଣେ ଭଉଣୀ ଟିକେ ଭଲଭାବେ ନାଚ ବୋଲି ଲେଖିଛନ୍ତି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe