Advertisment

ନିଆରା ସ୍ୱାଗତ, ଜ୍ୱାଇଁକୁ ସିଗାରେଟ୍ ପିଆଇଲେ ଶାଶୁ ଶ୍ୱଶୂର

ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ ଦେଇଛନ୍ତି ସିଗାରେଟ୍।

Bride parents welcomed groom

Bride parents welcomed groom

Advertisment

ସାଧାରଣତଃ ବର ବରଯାତ୍ରୀ ନେଇ କନିଆଁ ଦୁଆରେ ପହଞ୍ଚିବା ପରେ ବାଟବରଣ ହୁଏ। ଏହାପରେ ଫୁଲ ଚନ୍ଦନ ଓ କୁଙ୍କୁମ ଦେଇ କନିଆଁ ଘର ଲୋକେ ବରକୁ ସ୍ୱାଗତ କରନ୍ତି। କିନ୍ତୁ ଏଠି କଥା ପୂରା ଓଲଟା। ବରକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୂର। ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ ଦେଇଛନ୍ତି ସିଗାରେଟ୍। ସିଗାରେଟ୍ ପିଆଇ ଜ୍ୱାଇଁପୁଅକୁ ସ୍ୱାଗତ କରିଛନ୍ତି କନିଆଁର ବାପା-ମା’। ଏଭଳି ନିଆରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ପୂରା ବର ଗେଟ୍‌ଅପ୍‌ରେ ସଜେଇ ହୋଇଛି ପୁଅ। ପାଖରେ ଠିଆ ହୋଇଛନ୍ତି ବନ୍ଧୁବାନ୍ଧବ ଓ ପରିବାର ଲୋକ। ଆଗରେ କନିଆଁର ବାପା-ମା’ ଜ୍ୱାଇଁ ପୁଅକୁ ସ୍ୱାଗତ କରିବାକୁ ହେଉଛନ୍ତି ପ୍ରସ୍ତୁତ। ତେବେ ପୂଜା ଥାଳି ଧରି ନୁହେଁ ହାତରେ ସିଗାରେଟ୍ ଧରି। ବର ମୁହଁରେ ସିଗାରେଟ ଦେଉଛନ୍ତି ଶାଶୁ। କେବଳ ସେତିକି ନୁହେଁ ସିଗାରେଟ୍‌କୁ ଜଳାଇ ମଧ୍ୟ ଦେଇଛନ୍ତି ଶ୍ୱଶୂର। ଫୁଲ୍ ବିନ୍ଦାସ ଅନ୍ଦାଜରେ ବର ମଧ୍ୟ ସିଗାରେଟ୍ ପିଉଛି। ଏଭଳି କିଛି ଢ଼ଙ୍ଗରେ ନୂଆ ଜ୍ୱାଇଁକୁ ବିବାହ ପୂର୍ବରୁ ସ୍ୱାଗତ କରିଛନ୍ତି ଶାଶୁ ଓ ଶ୍ୱଶୂର। ୟୁଟ୍ୟୁବ୍ ବ୍ଲଗର ଜୁହି ପଟେଲ ନାମକ ଜଣେ ୟୁଜର୍ସ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ନିଆରା ଭିଡିଓକୁ ଶେଆର କରିଛନ୍ତି।

ପ୍ରକୃତରେ ଏହି ଭିଡିଓଟି ହେଉଛି ଦକ୍ଷିଣ ଗୁଜରାଟର। ଏଠାକାର କିଛି ଗ୍ରାମାଞ୍ଚଳରେ ବରକୁ ଏଭଳି ଢ଼ଙ୍ଗରେ ସ୍ୱାଗତ କରିବା ନେଇ ପୁରୁଣା ପରମ୍ପରା ରହିଛି। ତେଣୁ କନିଆଁ ଘର ଲୋକେ କବେଳ ନିଜ ପୁରୁଣା ପରମ୍ପରାକୁ ପାଳନ କରିଛନ୍ତି। ବର ମଧ୍ୟ ଏହାକୁ ସମ୍ମାନ ଜଣାଇ କେବଳ ସିଗାରେଟ୍‌କୁ ପାଟିରେ ଧରିଛି ଓ ରୀତିନୀତି ସରିବା ପରେ ତୁରନ୍ତୁ ସିଗାରେଟ୍‌କୁ ମୁହଁରୁ କାଢ଼ି ନେଉଥିବା ଦେଖିବାକୁ ମଳିିଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ମିଲିଅନ୍‌ରୁ ଅଧିକ ଲୋକ ଦେଖିସାରିଲେଣି। 

Advertisment

ସେପଟେ ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଚକିତ ହୋଇପଡିଛନ୍ତି। ବିବାହ ବେଳେ ଏଭଳି କିଛି ପରମ୍ପରା ଥିବା ନେଇ କିଛି ଲୋକେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ବିଭିନ୍ନ ୟୁଜର୍ସମାନଙ୍କୁ ଠାରୁ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ସାମ୍ନାକୁ ଆସିଛି। କେହି ଏହାକୁ ପରିହାସ କରିଛନ୍ତି ତ ଆଉ କିଏ ଏହାକୁ ସମାଲୋଚନା କରି ଟ୍ରୋଲ କରିଛନ୍ତି। 

Viral Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe