Advertisment

ସୁଇମିଂ ପୁଲରେ ଗାଧୋଇବା ବେଳେ ଟଳି ପଡ଼ିଳେ ନାବାଳକ, ଭାଇରାଲ୍ ହେଉଛି ଭିଡ଼ିଓ

ସୁଇମିଂ ପୁଲରେ ଗାଧଉଥିବା ବେଳେ ଜଣେ ୧୫ ବର୍ଷର ନାବାଳକଙ୍କ ମୃତ୍ୟୁ।

author-image
Debibandita Barick
ଅଦ୍ୟତନ ହୋଇଛି
Swimming Pool

Swimming Pool

ଦିନକୁ ଦିନ ବଢି ଚାଲିଛି ଅଚାନକ ମୃତ୍ୟୁ। ହସୁ ହସୁ, ଖେଳୁ ଖେଳୁ ଚାଲିଯାଉଛି ଜୀବନ। ଏପରି ମୃତ୍ୟୁ ପଛର ରହସ୍ୟ ଖୋଜା ଚାଲିଥିବା ବେଳେ ଉତ୍ତରପ୍ରଦେଶର ମୀରଟରେ ଘଟିଛି ସମାନ ଘଟଣା।

Advertisment

ସୁଇମିଂ ପୁଲରେ ଗାଧଉଥିବା ବେଳେ ଜଣେ ୧୫ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ନାବାଳ ସୁଇମିଂ ପୁଲରେ ଗାଧଉଛନ୍ତି। ତାଙ୍କ ସହ ଅନ୍ୟ ପିଲାମାନେ ମଧ୍ୟ ଏଠାରେ ଗାଧଉଥିଲେ। ସେ ପହଁରି ପହଁରି ବାହାରକୁ ଆସିବା ପରେ ହଠାତ୍ ତାଙ୍କ ଗୋଡ଼ ଖସିଯାଉଛି ଆଉ ସେ ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳୁଛି।

Advertisment

ନିକଟରେ ଥିବା କିଛି ବ୍ୟକ୍ତି ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ସୋଶାଲ ମିଡିଆରେ ଏହି ସମୟର ସିସିଟିଭି ଫୁଟେଜ୍ ଭାଇରାଲ୍ ହେଉଛି।

ନିକଟରେ ମଧ୍ୟ ଏହିପରି ଏକ ସମାନ ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ରେସ୍ତୋରାଁରେ ଖାଇବା ଅର୍ଡର୍ ଦେଇ ବସିଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ଘଟିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।   

Viral Video