Advertisment

ଲାଞ୍ଚ ନେବା ବେଳେ ଧରା ପଡିବାରୁ କାନ୍ଦିଲେ ମହିଳା ଯନ୍ତ୍ରୀ, ଭିଡିଓ ଭାଇରାଲ୍

୮୪ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ମହିଳା ଯନ୍ତ୍ରୀ।

ଅଦ୍ୟତନ ହୋଇଛି
Jagath Jyothi

Jagath Jyothi

Advertisment

ଜଣେ କାର୍ଯ୍ୟନିର୍ବାହୀ ମହିଳା ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ରେଡ୍ ହ୍ୟାଣ୍ଡ ଧରା ପଡିଯିବାରୁ ଯନ୍ତ୍ରୀ ଜଣକ କାନ୍ଦିବାକୁ ଲାଗିଥିଲେ, ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଜଣେ ସୋଶାଲ ମିଡିଆ ୟୁଜର୍ କହିଛନ୍ତି, 'ଅନୁତାପର ଲୁହ ସାହାର୍ଯ୍ୟ କରିପାରିବ ନାହିଁ। ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।' 

Advertisment

ସୂଚନା ଅନୁସାରେ, ଧରା ପଡିଥିବା ମହିଳା ଯନ୍ତ୍ରୀ ହେଉଛନ୍ତି ଜଗତ ଜ୍ୟୋତି। ସେ ତେଲାଙ୍ଗନାର ଆଦିବାସୀ କଲ୍ୟାଣ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଛି। ଜଗତ ଜ୍ୟୋତି ହିତାଧୀକାରୀଙ୍କୁ ସରକାରୀ ସହାୟତା ବଦଳରେ ୮୪ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ। ଏହି ଡିଲ୍ ହେବା ପରେ ଦୁର୍ନୀତି ନିବାରଣ ବ୍ୟୁରୋ ତାଙ୍କୁ ରେଡ୍ ହ୍ୟାଣ୍ଡ୍ ଧରିବା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରି ସାରିଥିଲେ।

Advertisment

ଆଜି ସକାଳେ ସମ୍ପୃକ୍ତ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସଂସ୍ଥା। ଏସିବି କହିଛି ଯେ, ସରକାର ପଦ ପଦବୀରେ ରହି ମଧ୍ୟ ଜଗତ ଜ୍ୟୋତି ଅସାଧୁ ଉପାୟ ଅବଲମ୍ବନ କରୁଥିଲେ। ହିତାଧିକାରୀଙ୍କୁ ସରକାରୀ ସହାୟତା ପାଇଁ ୮୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିଜ କର୍ତ୍ତବ୍ୟ ପାଳନରେ ଭୁଲ୍ ଏବଂ ଅସାଧୁ କାର୍ଯ୍ୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। 

ଗିରଫ ପରେ ତାଙ୍କଠାରୁ ଲାଞ୍ଚ ନେଇଥିବା ୮୪,୦୦୦ ଟଙ୍କା ମଧ୍ୟ ଜବତ କରାଯାଇଛି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣକ ବର୍ତ୍ତମାନ ଜେଲରେ ଅଛନ୍ତି, ଖୁବଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ କୁହାଯାଇଛି। 

Bribe Telangana Official Hyderabad Bribery Telangana Bribery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe