Advertisment

ଶାର୍ଟ ଲେସ୍‌ ହେଲେ ଏୟାର ଏସିଆ ସିଇଓ, ମିଟିଂ ମଝିରେ ନେଲେ ବଡି ମସାଜ

ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଫଟୋ।

author-image
Madhupriya Mistry
ceo of air asia airlines

ceo of air asia airlines

ଶାର୍ଟ ଲେସ୍‌ ହେଲେ ଏୟାର ଏସିଆ ସିଇଓ। ଖୋଲା ଦେହରେ ମିଟିଂରେ ଯୋଗ ଦେଲେ। କେବଳ ସେତିକି ନୁହେଁ ମିଟିଂ ଚାଲିଥିବା ବେଳେ ସେ ନିଜର ବଡି ମସାଜ ମଧ୍ୟ କରାଇଲେ। ଏଭଳି କିଛି ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

କମ୍ ମୂଲ୍ୟରେ ବିମାନ ସେବା ଯୋଗାଉ ଥିବା ଏୟାର ଏସିଆ ବିମାନ କମ୍ପାନୀର ସିଇଓ ଟୋନି ଫର୍ଣ୍ଣାଣ୍ଡିଜ। ସେ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ମ୍ୟାନେଜମେଣ୍ଟ ମିଟିଂରେ ଶାର୍ଟ ଲେସ୍‌ ହୋଇ ଯୋଗ ଦେଇଛନ୍ତି। ଭିଡିଓ କନ୍‌ଫ୍ରେନ୍ସିଂରେ ମିଟିଂ ଚାଲିଥିବା ବେଳେ ସେ ଶାର୍ଟଲେସ ହୋଇ ପଡିଛନ୍ତି। କେବଳ ସେତିକି ନୁହେଁ ମିଟିଂ ମଝିରେ ସେ ବଡି ମସାଜର ମଧ୍ୟ ମଜା ନେଉଥିବା ସାମ୍ନାକୁ ଆସିଥିବା ଏକ ଫଟୋରେ ଦେଖିବାକୁ ମିଳିଛି।

ପ୍ରକୃତରେ ଲିଙ୍କଡଇନ୍‌ରେ ଟୋନି ଫର୍ଣ୍ଣାଣ୍ଡିଜ ଖୋଦ୍‌ ନିଜର ଏହି ଶାର୍ଟ ଲେସ ଫଟୋକୁ ସେୟାର୍‌ କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି, 'ସପ୍ତାହଟି ବେଶ୍‌ ଚାପଗ୍ରସ୍ତ ଥିଲା। ଓ୍ୱେରାନିତା ୟୋସେଫିନ ମୋତେ ମସାଜ କରାଇବାକୁ ପ୍ରସ୍ତାବ ଦେଇଥିଲେ। ଇଣ୍ଡୋନେସିଆ ଏବଂ ଏୟାରଏସିଆ ସଂସ୍କୃତିକୁ ଭଲପାଏ। ମୁଁ ମସାଜ ନେବା ସହ ମିଟିଂରେ ଯୋଗ ମଧ୍ୟ ଦେଇପାରିଛି।'

Advertisment

ଏୟାର ଏସିଆ ସିଇଓଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆର କିଛି ୟୁଜର୍ସ ତାଙ୍କୁ ପରିହାସ କରିବା ସହ ଆଉ କିଛି ରାଗି ଯାଇଛନ୍ତି। ଜଣେ ବିଶିଷ୍ଟ ବ୍ୟକ୍ତି ହୋଇ ଏଭଳି ସର୍ବସାଧାରଣରେ ଶାର୍ଟ ଲେସ୍‌ ହେବା ଆଦୌ ଠିକ୍‌ ନୁହେଁ। ଏଭଳି ବ୍ୟକ୍ତିଙ୍କୁ ତାଙ୍କ ପଦରୁ ହଟାଇ ଦେବା ଉଚିତ ବୋଲି କହିଛନ୍ତି ୟୁଜର୍ସ।

Viral Photo Viral Air Asia Airlines