ପୁନେର ପଙ୍କଜ ଶୁକ୍ଳା ଜୋମାଟୋ ମାଧ୍ୟମରେ ଏକ ହୋଟେଲରୁ ପନିର ବିରିୟାନି ଅର୍ଡର କରିଥିଲେ। ହେଲେ ଖାଇବା ବେଳେ ସେଥିରୁ ବାହାରିଥିଲା ଚିକେନ୍ ପିସ୍। ସେ ଏ କଥାକୁ ତାଙ୍କ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଜୋମାଟୋ ପକ୍ଷରୁ ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଇଛି।
ପଙ୍କଜ ଶୁକ୍ଳା ତାଙ୍କ ‘ଏକ୍ସ’ରେ ଉକ୍ତ ପନିର ବିରିୟାନିର ଏକ ଫଟୋ ଓ ଭିଡିଓ ପୋଷ୍ଟ କରି ଲେଖିଛନ୍ତି- ମହାରାଷ୍ଟ୍ରର ପୁନେର କର୍ବେ ନଗରରେ ଥିବା ପିକେ ବିରିୟାନି ହାଉସରୁ ପନିର ବିରିୟାନି ଅର୍ଡର କରିଥିଲି। ସେଥିରୁ ମୁଁ ଏକ ଚିକେନ ପିସ୍ ପାଇଥିଲି। ମୁଁ ଜଣେ ନିରାମିଷାଶୀ। ମୁଁ ମୋ ପଇସା ଫେରି ପାଇଛି। କିନ୍ତୁ ଏହା ଏକ ପାପ। କାରଣ ମୁଁ ଜଣେ ଧାର୍ମିକ ବ୍ୟକ୍ତି ଓ ଏହା ମୋ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି।
ପଙ୍କଜଙ୍କ ଏହି ପୋଷ୍ଟ ଉପରେ ଜବାବ ରଖି ଜୋମାଟୋର ଅଫିସିଆଲ କଷ୍ଟମର କେୟାର ପକ୍ଷରୁ ସବିଶେଷ ତଥ୍ୟ ମଗାଯାଇଛି, ଯାହା ଫଳରେ ସେମାନେ ଘଟଣାର ଅଧିକ ତଦନ୍ତ କରିପାରିବେ।
ଜୋମାଟୋ ପକ୍ଷରୁ କୁହାଯାଇଛି, ଆମେ କେବେ କାହାର ଭାବନାକୁ ଆଘାତ ଦେଉ ନାହିଁ। ଏଥିରେ ଆମେ ବୁଝାମଣା କରୁ ନାହିଁ। ଦୟାକରି ଆପଣଙ୍କ ଅର୍ଡରର ଆଇଡି ଅବା ପଞ୍ଜିକୃତ ମୋବାଇଲ ଫୋନ୍ ନମ୍ବର ଦିଅନ୍ତୁ। ଯାହା ଫଳରେ ଆମେ ଏହାର ଯାଞ୍ଚ କରିପାରିବୁ।
ordered paneer biryani from pk biryani house karve nagar pune maharashtra and I found a chicken piece in it(I am a vegetarian) I already got refund but this os still a sin since I am a religious person and it has hurt my religious sentiments.#pkbiryani #zomato pic.twitter.com/nr0IBZl5ah
— Pankaj shukla (@Pankajshuklaji2) May 13, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।