Advertisment

ପନିର ବିରିୟାନିରୁ ବାହାରିଲା ଚିକେନ୍ ପିସ୍‌

ଏକ୍ସରେ ପଙ୍କଜଙ୍କ ପୋଷ୍ଟଟି ଭାଇରାଲ ହୋଇଛି।

Chiken

Chiken

Advertisment

ପୁନେର ପଙ୍କଜ ଶୁକ୍ଳା ଜୋମାଟୋ ମାଧ୍ୟମରେ ଏକ ହୋଟେଲରୁ ପନିର ବିରିୟାନି ଅର୍ଡର କରିଥିଲେ। ହେଲେ ଖାଇବା ବେଳେ ସେଥିରୁ ବାହାରିଥିଲା ଚିକେନ୍ ପିସ୍। ସେ ଏ କଥାକୁ ତାଙ୍କ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଜୋମାଟୋ ପକ୍ଷରୁ ଘଟଣାର ତଦନ୍ତ କରାଯିବ ବୋଲି କୁହାଯାଇଛି।

Advertisment

ପଙ୍କଜ ଶୁକ୍ଳା ତାଙ୍କ ‘ଏକ୍ସ’ରେ ଉକ୍ତ ପନିର ବିରିୟାନିର ଏକ ଫଟୋ ଓ ଭିଡିଓ ପୋଷ୍ଟ କରି ଲେଖିଛନ୍ତି- ମହାରାଷ୍ଟ୍ରର ପୁନେର କର୍ବେ ନଗରରେ ଥିବା ପିକେ ବିରିୟାନି ହାଉସରୁ ପନିର ବିରିୟାନି ଅର୍ଡର କରିଥିଲି। ସେଥିରୁ ମୁଁ ଏକ ଚିକେନ ପିସ୍ ପାଇଥିଲି। ମୁଁ ଜଣେ ନିରାମିଷାଶୀ। ମୁଁ ମୋ ପଇସା ଫେରି ପାଇଛି। କିନ୍ତୁ ଏହା ଏକ ପାପ। କାରଣ ମୁଁ ଜଣେ ଧାର୍ମିକ ବ୍ୟକ୍ତି ଓ ଏହା ମୋ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି।

ପଙ୍କଜଙ୍କ ଏହି ପୋଷ୍ଟ ଉପରେ ଜବାବ ରଖି ଜୋମାଟୋର ଅଫିସିଆଲ କଷ୍ଟମର କେୟାର ପକ୍ଷରୁ ସବିଶେଷ ତଥ୍ୟ ମଗାଯାଇଛି, ଯାହା ଫଳରେ ସେମାନେ ଘଟଣାର ଅଧିକ ତଦନ୍ତ କରିପାରିବେ।

Advertisment

ଜୋମାଟୋ ପକ୍ଷରୁ କୁହାଯାଇଛି, ଆମେ କେବେ କାହାର ଭାବନାକୁ ଆଘାତ ଦେଉ ନାହିଁ। ଏଥିରେ ଆମେ ବୁଝାମଣା କରୁ ନାହିଁ। ଦୟାକରି ଆପଣଙ୍କ ଅର୍ଡରର ଆଇଡି ଅବା ପଞ୍ଜିକୃତ ମୋବାଇଲ ଫୋନ୍ ନମ୍ବର ଦିଅନ୍ତୁ। ଯାହା ଫଳରେ ଆମେ ଏହାର ଯାଞ୍ଚ କରିପାରିବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe