Advertisment

ହସ୍ପିଟାଲରେ କୁନି ଝିଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ୍

ଡାକ୍ତରଖାନାରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବା ଭିଡିଓ ବେଶ୍ ଭାଇରାଲ୍ ହେଉଛି।

PM Modi interacts with little girl

PM Modi interacts with little girl

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଡାକ୍ତରଖାନାରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବାସ୍ତବରେ ଏହି ଭିଡିଓ ଭୂସ୍ଖଳନ ପ୍ରଭାବିତ ୱାୟନାଡ ଡାକ୍ତରଖାନାର।

Advertisment

ନିକଟରେ ପ୍ରଧାନମନ୍ତ୍ରୀ ୱାୟନାଡ ଗସ୍ତ କରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଭେଟିଥିଲେ। ଏହାପରେ ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଡାକ୍ତରଖାନା ବେଡରେ ଥିବା ଛୋଟ ଛୁଆଟିଏ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସି ଖୁବ୍ ନିଜର ପରି ବ୍ୟବହାର କରିଥିଲା।

ପ୍ରଧାନମନ୍ତ୍ରୀଙ୍କ ଦାଢି ଏବଂ ଚଷମାରେ ଲାଗିଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଦେଖି ହସିବା ସହ ଆଶୀର୍ବାଦ କରିଥିଲେ। ଏହାପରେ ଝିଅଟିର ପରିବାର ଏବଂ ହସ୍ପିଟାଲରେ ଥିବା ଅନ୍ୟ ସଦସ୍ୟଙ୍କ ସହ କଥା ହୋଇଥିଲେ। ଏହି ସମୟର ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। 

Advertisment

ପ୍ରକାଶ ଥାଉକି, କେରଳ ୱାୟନାଡରେ ମୃତ୍ୟୁର ବିଭିଶିକା ରଚିଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟି ପାଞ୍ଚ ଖଣ୍ଡ ଗାଁକୁ ସମ୍ପୂର୍ଣ୍ଣ ରୂପେ ଭସାଇ ନେଇଛି। ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ୱାୟନାଡ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

Viral Video PM Modi Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe