Advertisment

ବେଫିକର ବାପା-ମା’! ଭିଡିଓ ଭାଇରାଲ, ସମସ୍ତେ ଗାଳି କରୁଛନ୍ତି

ଘଟଣାଟି ପ୍ରାୟ ୪ ଦିନ ତଳର ବୋଲି ଜଣାପଡ଼ିଛି।

Scooter rider

Scooter rider

Advertisment

ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ସମସ୍ତେ ଏକ ଦମ୍ପତିଙ୍କୁ ସମାଲୋଚନା କରିଛନ୍ତି। ସେମାନେ କେମିତି ଏତେ ଦାୟିତ୍ୱହୀନ ହୋଇପାରିଲେ ବୋଲି ପ୍ରାୟ ସୋଶାଲ ମିଡିଆ ୟୁଜରର୍ସ ପ୍ରଶ୍ନ କରିଛନ୍ତି।

Advertisment

ଭିଡିଓଟି ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍‌ଡ ଅଞ୍ଚଳର। ଏକ ଦମ୍ପତି ରାତିରେ ସ୍କୁଟରରେ ଯାଉଛନ୍ତି। ସ୍ୱାମୀ ସ୍କୁଟର ଚଲାଉଥିବା ବେଳେ ସ୍ତ୍ରୀ ପଛରେ ବସିଛନ୍ତି। ସେମାନଙ୍କର ଛୋଟ ପୁଅ ଫୁଟ୍‌-ରେଷ୍ଟରେ ଛିଡ଼ା ହୋଇଛି। ଛୁଆଟିକୁ ଗୋଟିଏ ହାତରେ ତାଙ୍କ ମା’ ଧରିଛନ୍ତି।

ସେମାନଙ୍କ ପଛରେ କାର୍‌ରେ ଆସୁଥିବା ଜଣେ ବ୍ୟକ୍ତି ଭିଡିଓଟି କରି ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟି ଦେଖିଲା ପରେ ସୋଶାଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପ୍ରାୟ ସମସ୍ତେ ପିଲାଟିର ବାପାମା’ଙ୍କୁ ଗାଳି କରିଛନ୍ତି। ଛୁଆଟିକୁ କେମିତି ସେମାନେ ଏଭଳି ଢଙ୍ଗରେ ନେଇ ଯାଇପାରିଲେ, ସେ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି। ଏହା ସେମାନଙ୍କ ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି ସମସ୍ତେ କହିଛନ୍ତି। କେହି କେହି ସେମାନଙ୍କୁ ଇଡିଅଟ୍‌ସ ବୋଲି କହିଥିବା ବେଳେ ଆଉ କେହି ଷ୍ଟୁପିଡ୍ ପ୍ୟାରେଣ୍ଟସ ବୋଲି ଲେଖିଛନ୍ତି।

Advertisment

ଜଣେ ସୋଶାଲ ମିଡିଆ ୟୁଜର୍ସ ଲେଖିଛନ୍ତି, ଜନଗହଳିପୂର୍ଣ୍ଣ ରାସ୍ତାରେ ଛୁଆଟିକୁ ଏମିତି ନେବା ଠିକ୍ ହୋଇନାହିଁ। ଯଦି ଫୁଟ୍‌-ରେଷ୍ଟରୁ ପିଲାଟିର ଗୋଡ଼ ଖସି ଯାଇଥା’ନ୍ତା, ତା’ହେଲେ କ’ଣ ହୋଇଥା’ନ୍ତା? ଯଦି କୌଣସି ସ୍ପୀଡ୍‌-ବ୍ରେକର ଅତିକ୍ରମ କଲା ବେଳେ ସ୍କୁଟରର ସ୍ପୀଡ୍ ଅଧିକ ଥାଆନ୍ତା, ତା’ହେଲେ କ’ଣ ହୋଇଥା’ନ୍ତା?

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଯଦି ବାଟରେ କୌଣସି ସ୍ଥାନରେ ଖାଲ ଥାଆନ୍ତା, ତା’ହେଲେ ଏସୁଖଦ ଯାତ୍ରା ସାରା ଜୀବନ ପାଇଁ ଦୁଃଖ ଦେଇଥା’ନ୍ତା।

ସେହିପରେ ଜଣେ ୟୁଜର ଲେଖିଛନ୍ତି ଯେ ଛୁଆମାନେ ଜିଦ୍ କରିବେ। ତେବେ ବାପାମା’ ହିସାବରେ ଆମେ ଛୁଆଙ୍କ ସବୁ ଜିଦ୍‌କୁ ମାନି ନେବା ଉଚିତ ନୁହେଁ। କାରଣ ପରିଣାମ କ’ଣ ହୋଇପାରେ, ଆମେ ତାହା ଜାଣିଛନ୍ତି।

ଅମିତ ମିଶ୍ର ନାମକ ଜଣେ ସୋଶାଲ ମିଡିଆ ୟୁଜର ଲେଖିଛନ୍ତି, ମୋ ପାଖରେ ଶବ୍ଦ ନାହିଁ। ଭାରତରେ ପ୍ରତିଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୧୯ ଜଣ ଲୋକଙ୍କ ଜୀବନ ଯାଉଛି....। ତଥାପି ଆମେ ରାସ୍ତାରେ ଏମିତି ଢଙ୍ଗରେ ଯାଉଛନ୍ତି।

ଭିଡିଓଟି ଭାଇରାଲ ହେବା ପରେ ପୁଲିସ୍ ସଂପୃକ୍ତ ଚାଳକଙ୍କୁ ଧରି ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି। ସ୍କୁଟରରେ ଯାଉଥିବା ବେଳେ ସ୍ୱାମୀ-ସ୍ତ୍ରୀ ହେଲ୍‌ମେଟ୍ ମଧ୍ୟ ପିନ୍ଧି ନଥିଲେ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe