ହୃଦଘାତର ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ମହାରାଷ୍ଟ୍ରର ପୁଣେରେ ଘଟିଛି।
ଗତକାଲି ଗରୱାର ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ୩୫ ବର୍ଷୀୟ ଇମ୍ରାନ ପଟେଲ ଓପନର୍ ଭାବେ ବ୍ୟାଟିଂ କରିବାକୁ ଆସିଥିଲେ। ପିଚରେ କିଛି ସମୟ ବ୍ୟାଟିଂ ମଧ୍ୟ କରିଥିଲେ। ଖେଳିବାର କିଛି ସମୟ ପରେ ସେ ଛାତି ଏବଂ ବାହୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ସେ ଅମ୍ପାୟାରଙ୍କୁ ଜଣାଇବାରୁ ଅନ୍ୟ ଖେଳାଳିମାନେ ଏକତ୍ରିତ ହୋଇଥିଲେ।
ଅନୁମତି କ୍ରମେ ତାଙ୍କୁ ବିଶ୍ରାମ ନେବାକୁ ପାଭିଲିଅନ ଫେରିଯିବାକୁ କୁହାଯାଇଥିଲା। ମାତ୍ର ପାଭିଲିଅନ ଫେରିବା ବାଟରେ ହିଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଇମ୍ରାନ।
ସେହି ପଡିଆରେ ହିଁ ଟଳି ପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ ହେଉଥିବାରୁ ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ କରିଛି। କାରଣ ଇମ୍ରାନଙ୍କ ସ୍ୱାସ୍ଥ୍ୟ ଜଣେ ପ୍ରଫେସନାଲ କ୍ରିକେଟରଙ୍କ ଭଳି ଥିଲା। ହୃଷ୍ଟପୃଷ୍ଟ ଥାଇ ମଧ୍ୟ ହଠାତ୍ ହୃତଘାତରେ ଚାଲିଯିବା ଯେତିକି ଦୁଃଖ ଦେଇଛି ତା'ଠୁ ଅଧିକ ଚିନ୍ତାର କରାଣ ପାଲଟିଛି।
ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟରେ ଅନିୟମିତତା ଏବଂ ଚାପ ହୃଦଘାତର ମୁଖ୍ୟ କାରଣ ପାଲଟି ଥିବାରୁ ଡାକ୍ତରମାନେ ସର୍ବଦା ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।
A young man, Imran Sikandar Patel, died of a #heartattack while playing cricket in the Chhatrapati Sambhaji Nagar district of Maharashtra.https://t.co/aCciWMuz8Y pic.twitter.com/pwybSRKSsa
— Dee (@DeeEternalOpt) November 28, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।