Advertisment

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର

କୁମ୍ଭୀରଟି ନିକଟରେ ଥିବା ଶିବ ନଦୀରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Crocodile

Crocodile

ରାସ୍ତାରେ ବୁଲୁଛି କୁମ୍ଭୀର। କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି। 

Advertisment

ପ୍ରବଳ ବର୍ଷା ପରେ କୁମ୍ଭୀରଟି ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି। କାରରେ ଯାଉଥିବା ଜଣେ ଯାତ୍ରୀ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି। କୁମ୍ଭୀରଟି ନିକଟରେ ଥିବା ଶିବ ନଦୀରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଭାରତରେ ଥିବା ତିନୋଟି କୁମ୍ଭୀର ପ୍ରଜାତି ଲୁଣିପାଣି, ଘାଡିଆଳ ଏବଂ ମଗର କୁମ୍ଭୀର ମଧ୍ୟରୁ ରତ୍ନଗିରି ମଗର କୁମ୍ଭୀର ପାଇଁ ବେଶ୍ ଜଣାଶୁଣା। ଏହି ଅଞ୍ଚଳରେ ଅଧିକ ମଗର କୁମ୍ଭୀର ପ୍ରଜାତି ଦେଖାଯାଏ।

Advertisment

ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନାଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ। 

Crocodile Crocodile On Road