Advertisment

ରାସ୍ତାରେ କାର୍ ରଖି ରିଲ୍ସ ଶୁଟ୍: ଯୁବକଙ୍କୁ ବାନ୍ଧିଲା ପୁଲିସ; ଗଣିବେ ୩୬,୦୦୦ ଟଙ୍କା

ଦିଲ୍ଲୀ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ରିଲ୍ସ ବନାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି।

author-image
Debibandita Barick
Instagram  Post

Instagram Post

ଏବେ ଅଧିକାଂଶ ଯୁବପିଢି ରିଲ୍ସ ନିଶାରେ କବଳିତ। ଏ ନିଶା ଏମିତି ଘାରିଛି ଯେ, କେତେକ ସ୍ଥାନ-କାଳ-ପାତ୍ର ଦେଖୁନାହାନ୍ତି। କିଏ ମେଟ୍ରୋରେ ତ' ଆଉ କିଏ ରେଳ ଧାରଣା ଭଳି ସର୍ବସାଧାରଣ ସ୍ଥାନରେ ରିଲ୍ସ ଭିଡିଓ ଶୁଟ୍ କରୁଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ରିଲ୍ସ ବନାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। 

Advertisment

ଦିଲ୍ଲୀ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଉପରେ ୩୬,୦୦୦ ଟଙ୍କାର ଜରିମାନା ପକାଇଛି। ଏଥିସହ ଷ୍ଟଣ୍ଟ ପାଇଁ ବ୍ୟବହାର ହେଉଥିବା କାରକୁ ମଧ୍ୟ ଜବତ କରିଛି ପୁଲିସ।

ଖବର ଅନୁସାରେ, ପ୍ରଦୀପ ଢାକା ନାମକ ଜଣେ ଯୁବକ ଦିଲ୍ଲୀର ବ୍ୟସ୍ତ ବହୁଳ ରାସ୍ତା ଉପରେ କାର୍ ପାର୍କିଂ କରି  ଭିଡିଓ ଶୁଟ୍ କରିଥିଲେ। ଏଥିପାଇଁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲା, ହଜାର ହଜାର ଲୋକଙ୍କ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

Advertisment

ପ୍ରଦୀପ ନିଜ ଇନଷ୍ଟାଗ୍ରାମରେ ଏହି ସବୁ ଭିଡିଓ ପୋଷ୍ଟ କରିଥିଲେ। ସେ ଦିଲ୍ଲୀର ପଶ୍ଚିମ ବିହାରର ଫ୍ଲାଏ ଓଭରରେ କାର୍ ଅଟକାଇ ଶୁଟ୍ କରିଥିବା ଭିଡିଓକୁ ଅପଲୋଡ୍ କରିଥିଲେ। ତାଙ୍କ ଇନଷ୍ଟାଗ୍ରାମରେ କାର୍ ଡୋର୍ ଖୋଲା ରଖି ଡ୍ରାଇଭିଂ କରୁଥିବାର ଭିଡିଓ ମଧ୍ୟ ପୋଷ୍ଟ ହୋଇଥିଲେ। କେବଳ ଏତିକି ନୁହେଁ, ରିଲ୍ସ ପାଇଁ ପ୍ରଦୀପ ପୁଲିସ ବ୍ୟାରିକେଡରେ ମଧ୍ୟ ନିଆଁ ଲଗାଇ ଫୁଟେଜ ଅପଲୋଡ କରିଥିଲେ। 

ଏହି ସବୁ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ପୁଲିସ ପ୍ରଦୀପଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ ଏନେଇ ସୋଶାଲ ମିଡିଆ ଏକ୍ସରେ ପୋଷ୍ଟ କରି କିପରି ତାଙ୍କ ଗାଡ଼ି ଜବତ ହେବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ସେକଥା କହିଛି। 

ପୁଲିସ କହିଛି ଯେ, ପ୍ରଦୀପ ଢାକା ଷ୍ଟଣ୍ଟ ପାଇଁ ବ୍ୟବହାର କରୁଥିବା କାରଟି ତାଙ୍କ ମାଆଙ୍କ ନାମରେ ପଞ୍ଜିକୃତ ହୋଇଛି। ଗାଡିରେ କିଛି ନକଲି ପ୍ଲାଷ୍ଟିକ ଅସ୍ତ୍ର ମଧ୍ୟ ଜବତ ହୋଇଛି। ଗାଡ଼ିକୁ ଜବତ କରାଯିବା ସହ ମୋଟର ଯାନ ଅଧିନିୟ ଅନୁସାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। 

Viral Video Delhi Police Reels Viral Reels