Advertisment

ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଚର୍ଚ୍ଚାରେ ଦିଲ୍ଲୀ ପୁଲିସ୍‌ର ସୋଶାଲ ମିଡିଆ ପୋଷ୍ଟ

୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ଟି-ଟ୍ୱେଣ୍ଟି ବିଶ୍ୱକପରେ ପୁଣି ମିଳିଛି ସଫଳତା।

Trophy

Trophy

Advertisment

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହୋଇଛି ଭାରତ। ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ଟି-ଟ୍ୱେଣ୍ଟି ବିଶ୍ୱକପରେ ପୁଣି ମିଳିଛି ଏହି ସଫଳତା। ସେହିପରି ୨୦୧୧ ବିଶ୍ୱକପ୍‌ ଜିତିବା ପରେ ଦୀର୍ଘ ୧୩ ବର୍ଷ ଧରି ଜାରି ରହିଥିବା ଆଇସିସି ଟ୍ରଫିର ମରୁଡ଼ିକୁ ଶେଷ କରିଛନ୍ତି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌। ଆଉ ଏହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇପଡ଼ିଛି। ଏଥିରେ ଦିଲ୍ଲୀ ପୁଲିସ୍ ମଧ୍ୟ ସାମିଲ ହୋଇଛି। ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ଦିଲ୍ଲୀ ପୁଲିସ ‘ଏକ୍ସ’ରେ ଏକ ପୋଷ୍ଟ କରିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି ତଥା ଏହାକୁ ସମସ୍ତେ ପସନ୍ଦ କରିଛନ୍ତି।

Advertisment

ସୋଶାଲ ମିଡିଆରେ ଦିଲ୍ଲୀ ପୁଲିସ୍‌ ବେଶ୍ ସକ୍ରିୟ। ବିଶେଷ କରି ସୋଶାଲ ମିଡିଆ ‘ଏକ୍ସ’ ଜରିଆରେ ଲୋକଙ୍କୁ ସଡ଼କ ସୁରକ୍ଷା ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଲିସ ଯେଉଁ ପୋଷ୍ଟ କରିଥାଏ, ସେଗୁଡ଼ିକୁ ସମସ୍ତେ ପସନ୍ଦ କରନ୍ତି। ଗତକାଲି ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ଚାମ୍ପିୟନ ହେବା ପରେ ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ଅବସରରେ ଲୋକଙ୍କୁ ସଚେତନ କରିବାକୁ ଭୁଲି ନଥିଲା ଦିଲ୍ଲୀ ପୁଲିସ।

ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟରେ ଲେଖା ଯାଇଥିଲେ ଯେ ଭାରତ ପାଇଁ ଆଉ ଗୋଟିଏ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମେ ସମସ୍ତେ ୧୬ ବର୍ଷ ୯ ମାସ ୫ ଦିନ (୫୨,୭୦,୪୦,୦୦୦ ସେକେଣ୍ଡ) ଅପେକ୍ଷା କଲେ। ଟ୍ରାଫିକ ସିଗ୍‌ନାଲଗୁଡ଼ିକରେ ମଧ୍ୟ ଟିକେ ଧୈର୍ଯ୍ୟ ରଖନ୍ତୁ। ଭଲ ମୁହୂର୍ତ୍ତଗୁଡ଼ିକୁ ଅପେକ୍ଷା କରିବାକୁ ପଡ଼େ। ଟିମ୍‌ ଇଣ୍ଡିଆକୁ ହୃଦୟରୁ ଅଭିନନ୍ଦନ।

Advertisment

ସୂଚନାଯୋଗ୍ୟ, ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି। ସେହିପରି ଏହି ସଫଳତା ସହିତ ଶେଷ ହୋଇଛି ମୁଖ୍ୟ କୋଚ୍ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ।

T 20 World Cup Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe