Advertisment

ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଉଛନ୍ତି ଭକ୍ତ, ଦେଖନ୍ତୁ ଭିଡିଓ

ବୃନ୍ଦାବନସ୍ଥିତ ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରରେ ଭଗବାନଙ୍କ ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଉଛନ୍ତି ଲୋକେ। ବାରଣ ସତ୍ତ୍ୱେ ବି ଶୁଣୁନାହାନ୍ତି ଭକ୍ତ।

ଅଦ୍ୟତନ ହୋଇଛି
Devotees Drink AC Water

Devotees Drink AC Water

Advertisment

ଭାରତରେ ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି। ହେଲେ କିଛି ଭକ୍ତ ଭକ୍ତିରେ ଏତେ ଲୀନ ହୋଇଯାଆନ୍ତି ଯେ, ସେମାନେ କ’ଣ କରୁଛନ୍ତି ନିଜେ ମଧ୍ୟ ଜାଣିପାରନ୍ତି ନାହିଁ। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଥିରେ ଭକ୍ତମାନେ ଭଗବାନଙ୍କ ଚରଣାମୃତ ବୋଲି ଭାବି ଏସିରୁ ବାହାରୁଥିବା ପାଣି ପିଉଥିବା ଜଣାପଡ଼ିଛି।

Advertisment

ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନସ୍ଥିତ ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରରୁ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ମନ୍ଦିର ପଛପାର୍ଶ୍ୱରୁ ଝରୁଥିବା ପାଣିକୁ ଭଗବାନଙ୍କ ଚରଣାମୃତ ବୋଲି ଭାବି ପିଉଛନ୍ତି। ଏହି ଭିଡିଓଟି ଜଣେ ୟୁଟ୍ୟୁବ୍-ବ୍ଲଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେ ମଧ୍ୟ ଏହି ଭକ୍ତମାନଙ୍କୁ ବାରଣ କରି କହୁଛନ୍ତି ଯେ ଏହା ଚରଣାମୃତ ନୁହେଁ, ବରଂ ଏସିରୁ ବାହାରୁଥିବା ପାଣି। ହେଲେ ଭକ୍ତମାନେ ଶୁଣିବାକୁ ନାରାଜ। ଏପରିକି ଅନେକ ଏହି ପାଣିକୁ କପ ଏବଂ ଗ୍ଲାସରେ ସଂଗ୍ରହ କରି ଘରକୁ ନେଇଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି।

Advertisment

ଉଲ୍ଲେଖଯୋଗ୍ୟ, ବୃନ୍ଦାବନରେ ଥିବା ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ରହିଛି। ମନ୍ଦିରରେ ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁହଁ ପରି। ଯେହେତୁ ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି, ତେଣୁ ଏସିରୁ ନିର୍ଗତ ଜଳ ମଧ୍ୟ ଏହି ଡ୍ରେନ୍ ମାଧ୍ୟମରେ ବାହାରକୁ ଛଡ଼ାଯାଏ। ନିକଟରେ, ମନ୍ଦିର ବୁଲିବା ସମୟରେ ଜଣେ ଭକ୍ତ ଅଜାଣତରେ ଏହି ଏସି ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ସମାନ ଭାବରେ ଏହି ଜଳକୁ ପିଇବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଜଳକୁ ପିଇବା ପାଇଁ ଏହି ଡ୍ରେନ ନିକଟରେ ଭକ୍ତଙ୍କ ଗହଳି ଜମୁଛି। ମନ୍ଦିର ପୂଜାରୀ ମଧ୍ୟ ଏହା ଚରଣାମୃତ ନୁହେଁ, ବରଂ ଏସି ନିର୍ଗତ ଜଳ ବୋଲି ସ୍ପଷ୍ଟ କରିଥିବା ଜଣାପଡ଼ିଛି।

Vrindavan Banke Bihari Temple Devotees Drink AC Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe