Devotees
ଶତ ଶହସ୍ର ବର୍ଷର ଅପେକ୍ଷା ପରେ ଶେଷରେ ଭବ୍ୟ ମନ୍ଦିରରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ଗତକାଲି ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟା ନଗରୀ ଜନ ସମୁଦ୍ର ପାଲଟିଯାଇଛି। ରାମଲଲାଙ୍କ ଟିକିଏ ଝଲକ ପାଇଁ ମନ୍ଦିର ସମ୍ମୁଖରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ରାତି ପ୍ରାୟ ତିନିଟାରୁ ଲାଗିଛି ଲମ୍ବା ଲାଇନ୍। ଦର୍ଶନ ବିଳମ୍ବ ହେଉଥିଲେ ବି ସଭିଏଁ ଭକ୍ତି ଭାବରେ ଅପେକ୍ଷା କରିଛନ୍ତି। ଲମ୍ବା ଲାଇନରେ ବି ରାମ ନାମ ଗାଇ ଝୁମୁଛନ୍ତି ଶ୍ରଦ୍ଧାଳୁ। ଏହାରି ମଧ୍ୟରେ ଏକ କୁନିଝିଅର ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଝିଅଟି ରାମ ନାମରେ ଝୁମୁଥିବାର ଦେଖିବାକୁ ମିଳୁଛି।
ସାଧାରଣତଃ ପିଲାମାନେ ଜନପୂର୍ଣ୍ଣ ସ୍ଥାନରେ କାନ୍ଦିଥାନ୍ତି, ହେଲେ ଏହି କୁନି ଝିଅଟି ଭକ୍ତଙ୍କ ରାମ ନାମ ଭଜନରେ ନାଚିଉଠୁଛି। ତାଳି ବଜାଇ ରାମ ନାମରେ ଝୁମୁଛି। କୁନି ଝିଅର ଭାବ ଦେଖି ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ଅପେକ୍ଷାର ଯନ୍ତ୍ରଣାକୁ ଭୁଲିଯାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us