/odisha-reporter/media/post_attachments/uploadimage/library/16_9/16_9_0/Dhoni_1704606194.jpg)
Dhoni
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓଟିକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଭିଡିଓରେ ଧୋନି ହୁକା ଟାଣୁଥିବା ଦେଖିବାକୁ ମିଳିଛି।
ଧୋନିଙ୍କର ଅନେକ ପ୍ରଶଂସକ ତଥା ସୋଶାଲ ମିଡିଆୟ ୟୁଜର ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। କାରଣ ସେ ସଦାବେଳେ ନିଜ ଫିଟ୍ନେସ୍ ପ୍ରତି ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ଅବସର ପରେ ଏବେ ବି ଆଇପିଏଲ୍ ଖେଳୁଛନ୍ତି।
ଭାଇରାଲ୍ ହେଉଥିବା ଭିଡିଓଟିର ସତ୍ୟତା ନେଇ କିଛି ଜଣାପଡ଼ି ନାହିଁ। ସେହିଭଳି ଭିଡିଓଟି କେଉଁ ଦିନର ଅବା କେଉଁଠାରେ ଉତ୍ତୋଳନ କରାଯାଇଛି, ତାହା ଜଣାପଡ଼ି ନାହିଁ। ତେବେ ଏହା କୌଣସି ପାର୍ଟି ବେଳର ଭିଡିଓ ଜଣାପଡ଼ୁଛି। ନୂଆ ବର୍ଷ ପାଳନ କରିବାକୁ ଦୁବାଇ ଯାଇଥିଲେ। ଭିଡିଓଟି ସେହି ସମୟର ହୋଇଥିବ ବୋଲି କୁହାଯାଉଛି।
ଧୋନିଙ୍କ ଭିଡିଓଟି ଭାଇରାଲ ହେବା ପରେ ତାଙ୍କର ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଟିମ୍ମେଟ୍ ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଜର୍ଜ ବେଲୀ କହିଛନ୍ତି ଯେ ଧୋନି ଟିକେ ହୁକା ଟାଣିବାକୁ ଭଲ ପାଆନ୍ତି। ବିଶେଷ କରି ଯୁବ ଖେଳାଳିଙ୍କ ସହିତ ମିଶିବା ପାଇଁ ସେ ହୁକା ଟାଣନ୍ତି। ସେଥିପାଇଁ ତାଙ୍କ ରୁମ୍ରେ ବ୍ୟବସ୍ଥା ହୁଏ। ଆଉ ସମସ୍ତଙ୍କ ପାଇଁ ତାହା ଖୋଲା ରୁହେ।
Smokey start to 2024 MS Dhoni caught on camera smoking Hookah #Dhoni#Thala#MSDhonipic.twitter.com/KcDWjhGg2B
— Rosy (@rose_k01) January 6, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
