Advertisment

ମୁମ୍ବାଇ ଲୋକାଲ୍ ଟ୍ରେନରେ କୁକୁରର ଯାତ୍ରା, ଦେଖନ୍ତୁ ଭିଡିଓ

ମୁମ୍ବାଇ ଲୋକାଲ୍ ଟ୍ରେନରେ ଯାତ୍ରା କଲା କୁକୁର। ଭାଇରାଲ୍ ହେଉଛି ଭିଡିଓ। ଏପରି ପ୍ରତିକ୍ରିୟା ରଖିଲେ ୟୁଜର୍ସ।

author-image
Debibandita Barick
ଅଦ୍ୟତନ ହୋଇଛି
Dog In Train

Dog In Train

କୁକୁରକୁ ଏକ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ। ବେଳେ ବେଳେ ଏମାନଙ୍କ ମିଠା ମିଠା ହରକତକୁ ନେଇ ଅନେକ ଭାଇରାଲ୍ ଭିଡିଓ ଦେଖିଥିବେ। ହେଲେ ଅତି ସାବଧାନତାର ସହ କୁକୁର ଟ୍ରେନ୍ ଯାତ୍ରା କରୁଥିବାର କେବେ ଦେଖିଛନ୍ତି କି? ଯଦି ଦେଖି ନାହାନ୍ତି, ତେବେ ଭଲ ଭାବେ ନଜର ପକାନ୍ତୁ ଏହି ଭିଡିଓ ଉପରେ।

Advertisment

ଭିଡିଓରେ ଥିବା କୁକୁରଟି କୌଣସି ପୋଷା କୁକୁର କି ମାଲିକ ସଙ୍ଗେ ଟ୍ରେନରେ ଯାତ୍ରା କରୁନି, ବରଂ ଏହି କୁକରଟି ହେଉଛି ଏକ ବୁଲା କୁକୁର। ଖାଦ୍ୟ ଅନ୍ୱେଷଣରେ ମୁମ୍ବାଇର ଏକ ଟ୍ରେନ ମଧ୍ୟକୁ ଚଢ଼ି ଯାଇଥିଲା। ଏହା ପରେ ହଠାତ୍ ଟ୍ରେନଟି ଛାଡ଼ି ଦେଇଛି। କିନ୍ତୁ ସେ ଏଥିରେ ବ୍ୟତିବ୍ୟସ୍ତ ନହୋଇ କେତେ ସାବଧାନତାର ସହ ନିୟମିତ ଯାତ୍ରୀଙ୍କ ପରି ଟ୍ରେନ୍ ଯାତ୍ରା କରୁଛି ଦେଖନ୍ତୁ। ଏହି ସମୟର ଏକ ଭିଡିଓ ସୁଟ୍ କରି ଜଣେ ୟୁଜର୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

Advertisment

ସେ କ୍ୟାପ୍ସନରେ ଲେଖିଛନ୍ତି, 'ଜୀବନର ଯାତ୍ରାରେ ସମସ୍ତଙ୍କ ପାଇଁ ଟିକିଏ ସ୍ଥାନ ତିଆରି କରନ୍ତୁ।' ପୋଷ୍ଟରେ ଅନେକ ୟୁଜର୍ କୁକୁରର ହରକତକୁ ଦେଖି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି, ଜଣେ ୟୁଜର୍ ଲେଖିଛନ୍ତି, 'ଏହି କୁକୁରକୁ ନ୍ୟୁଟନଙ୍କ ନିୟମ ବିଷୟରେ ବେଶ୍ ଭଲ ଭାବେ ଜଣା।' ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ସେ ଯେପରି ଯାତାୟତ କରୁଛି, ଯେପରି ତାକୁ ଟ୍ରେନ୍ ଯାତ୍ରାର ସବୁ ନିୟମ ଜଣା ଏବଂ ପ୍ଲାଟଫର୍ମରେ କିପରି ଓହ୍ଲାଇବାକୁ ପଡ଼େ ସେଇଟା ବି ସେ ଭଲ ଭାବେ ଜାଣିଛି।' 

Dog Viral Video Dog Journey In Mumbai Local Train