Advertisment

ରାସ୍ତା ଉପରେ ୬ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣଙ୍କ ଉପରେ ଚଢ଼ାଇଦେଲେ କାର୍

କର୍ଣ୍ଣାଟକର ଜଣେ ଡାକ୍ତର ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ୍ ହେଉଛି ଭିଡିଓ।

author-image
Debibandita Barick
Incident Footage

Incident Footage

କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତିରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯିଏ ଭିଡିଓ ଦେଖିବେ ଭୟଭୀତ ହୋଇଯିବେ। କାରଣ ୬ ଜଣ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ଏକ କାର୍ ଜଣେ ଯୁବକଙ୍କ ଉପରେ ମାଡିଯାଉଥିବା ଦେଖାଯାଉଛି। 

Advertisment

ସୂଚନା ଅନୁସାରେ, ଏହି ଘଟଣା ମେ ୧୮ ରାତିରେ ଘଟିଥିଲା। ବର୍ତ୍ତମାନ ଜଣେ ଡାକ୍ତର ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଭାଇରାଲ ହୋଇଛି।

କୁହାଯାଉଛି ଯେ, ଏହି ସଂଘର୍ଷରେ ୬ ଜଣ ଯୁବକ ସମ୍ପୃକ୍ତ ଥିଲେ। ଟଙ୍କା କାରବାରକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। ୧୮ ରାତିରେ ଏମାନେ ରାସ୍ତା ଉପରେ କାର୍ ମଧ୍ୟରେ ଥାଇ ପାଟିତୁଣ୍ଡ ଲାଗିଥିଲେ। ଦୁଇ ଜଣ ଯୁବକ ହଠାତ୍ ଏକ କାରରୁ ଆସି ଅନ୍ୟ ଏକ କାରରେ ଥିବା ଯୁବକଙ୍କ ଉପରେ ହମଲା କରିଥିଲେ।

Advertisment

ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ ଯୁବକଙ୍କ ଉପରେ ଜାଣି ଜାଣି କାର୍ ମାଡାଇ ଦିଆଯାଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଅନ୍ୟମାନେ ପାଟିତୁଣ୍ଡରେ ଲାଗିଥିବା ଭିଡିଓରେ ଦେଖାଯାଉଛି। 

ଏହି ଘଟଣାରେ କାର୍ ମାଡ଼ି ଯାଇଥିବା ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଚାରି ଜଣ ଫେରାର୍ ଅଛନ୍ତି।

ସେପଟେ କର୍ଣ୍ଣାଟକର ଜଣେ ଡାକ୍ତର ଏହି ଭିଡିଓକୁ ସୋଶାଲ ମିଡିଆ Xରେ ପୋଷ୍ଟ କରି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ବର୍ତ୍ତମାନର ଯୁବପିଢି କେଉଁ ଦିଗରେ ଯାଉଥିବା କହି ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

Two Group Crash Karnataka Viral Video Group Crash