Advertisment

ଖାଇବା ନ ଦେବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍‌ ଚଢ଼ାଇ ଦେଲେ ଡ୍ରାଇଭର, ଭିଡିଓ ଭାଇରାଲ

ଅଭିଯୁକ୍ତ ପଟେଲ ଟ୍ରକରେ ଷ୍ଟିଲ ଲୋଡ କରି ହାଇଦ୍ରାବାଦରୁ ପୁଣେ ଆସୁଥିଲେ। ତେବେ ତାଙ୍କୁ ଭୋକ ଲାଗିବାରୁ ରାସ୍ତା କଡ଼ରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ ନିକଟରେ ଅଟକି ଥିଲେ।

ଅଦ୍ୟତନ ହୋଇଛି
Truck

Truck

Advertisment

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ମଦ୍ୟପ ଟ୍ରକ ଡ୍ରାଇଭର ଘଟାଇଛନ୍ତି ଭୟଙ୍କର କାଣ୍ଡ। ଖାଇବା ଦେବାକୁ ମ୍ୟାନେଜର ମନା କରିବାରୁ ମଦୁଆ ଡ୍ରାଇଭର ଜଣଙ୍କ ସିଧା ରେଷ୍ଟୁରାଣ୍ଟ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଏଥିସହ ରେଷ୍ଟୁରାଣ୍ଟ ବାହାରେ ପାର୍କି ହୋଇଥିବା କିଛି କାରକୁ ମଧ୍ୟ ଧକ୍କା ଦେଇଛନ୍ତି।

Advertisment

ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଏପରି ଘଟଣା ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଘଟିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓ ସାମ୍ନାକୁ ଆସିବା ପରେ ଇନ୍ଦାପୁର ପୁଲିସ୍‌ ମଧ୍ୟପ୍ରଦେଶର ରେୱାର ମୂଳବାସିନ୍ଦା ଅମିତ କୁମାର ଜୋକୁଲାଲ ପଟେଲଙ୍କୁ ଗିରଫ କରିଛି।

ଅଭିଯୁକ୍ତ ପଟେଲ ଟ୍ରକରେ ଷ୍ଟିଲ ଲୋଡ କରି ହାଇଦ୍ରାବାଦରୁ ପୁଣେ ଆସୁଥିଲେ। ତେବେ ତାଙ୍କୁ ଭୋକ ଲାଗିବାରୁ ରାସ୍ତା କଡ଼ରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ ନିକଟରେ ଅଟକି ଥିଲେ। ସେ ଟ୍ରକକୁ ପାର୍କିଂ କରିବା ପରେ ରେଷ୍ଟୁରାଣ୍ଟ ଆଡ଼କୁ ଯାଇଥିଲେ। ଏହି ସମୟରେ ସେ ପ୍ରବଳ ନିଶାରେ ରହିଥିଲେ। ସେ ରେଷ୍ଟୁରାଣ୍ଟ ଭିତରକୁ ଯାଉଥିବା ବେଳେ ତାଙ୍କର ଦେଖା ମ୍ୟାନେଜର ମୟୂର ଦୁଧଭାଟେଙ୍କ ହୋଇଥିଲା।

Advertisment

ପଟେଲ ଏତେ ମଦ ପିଇଥିଲେ ଯେ ଠିକ ଭାବେ ଚାଲିବାକୁ ସକ୍ଷମ ହୋଇ ନଥିଲେ। ତେଣୁ ତାଙ୍କୁ ମ୍ୟାନେଜର ମୟୂର ଅଟକାଇଥିଲେ। ରେଷ୍ଟୁରାଣ୍ଟରେ ‍ଫ୍ୟାମିଲ ଲୋକ ବସିଛନ୍ତି ଓ ଭିତରେ ମଦର ଅନୁମତି ନାହିଁ ବୋଲି କହିଥିଲେ। ଏହା ଶୁଣିବା ପରେ ପଟେଲ ଖାଇବା ପାଇଁ ଜିଦ କରିଥିଲେ ଓ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ।

ହେଲେ ମୟୂର ତାଙ୍କୁ ଛାଡ଼ି ନଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ପଟେଲ ସେଠାରୁ ସିଧା ତାଙ୍କ ଟ୍ରକ ପାକୁ ଯାଇଥିଲେ। ସେଠାରୁ ଗାଡ଼ି ବୁଲାଇ ସିଧା ରେଷ୍ଟରାଣ୍ଟ ଉପରେ ଚଢ଼ାଇ ଦେଇଥିଲେ। ଏଥିଯୋଗୁ ରେଷ୍ଟୁରାଣ୍ଟର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ସେଠାରେ ଉପସ୍ଥିତ ଲୋକ ଓ ରେଷ୍ଟୁରାଣ୍ଟର ଗ୍ରାହକଙ୍କୁ ଆତଙ୍କିତ କରିଥିଲା।

କିନ୍ତୁ ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଘଟଣା ଘଟାଇବା ପରେ ଟ୍ରକଟି ସେଇଠାରେ ହିଁ ଅଟକି ଥିଲା। ସ୍ଥାନୀୟ ଲୋକମାନେ ମଦପ୍ୟ ଡ୍ରାଇଭରଙ୍କୁ କାବୁ କରିବା ସହ ପୁଲିସ୍‌ରେ ଜିମା ଦେଇଥିଲେ।

ପଟେଲ ସ୍ୱୀକାର କରିଛନ୍ତି ଯେ ସେ ପୁଣେ ଆସିବା ବେଳକୁ ସୋଲାପୁରରେ ମଦ ପିଇଥିଲେ। ତାଙ୍କୁ ଭୋକ ଲାଗିବାରୁ ସେ ରେଷ୍ଟୁରାଣ୍ଟ ନିକଟରେ ଅଟକି ଥିଲେ।

Truck Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe