Advertisment

କୁମ୍ଭୀର ପାଟିରୁ ଖାଦ୍ୟ ଛଡ଼ାଇ ନେଉଥିଲା ଚିଲ, ତା' ପରେ...

କୁମ୍ଭୀର ଓ ଚିଲ ମଧ୍ୟରେ ହୋଇଥିବା ଏକ ଲଢେଇ ଭିଡିଓ ବେଶ୍ ଭାଇରାଲ୍ ହେଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Eagle & Crocodile

Eagle & Crocodile

ବେଳେ ବେଳେ ଜଙ୍ଗଲରେ ପଶୁ-ପକ୍ଷୀଙ୍କ ମଜାଦାର ଭିଡିଓ ସାମ୍ନାକୁ ଆସେ। ବିଶେଷ କରି ଶିକାର ସମୟର ଦୃଶ୍ୟ ବେଶ୍ କୌତୁହଣପୂର୍ଣ୍ଣ ଥାଏ। ଏହିପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କରେ କୁମ୍ଭୀର ଓ ଶାଗୁଣା ମଧ୍ୟରେ ହୋଇଥିବା ଏକ ଲଢେଇ ଭିଡିଓ ବେଶ୍ ଭାଇରାଲ୍ ହେଉଛି।  

Advertisment

ଭିଡିଓ ଅନୁସାରେ, କୁମ୍ଭୀରଟି ତା'ର ଏକ ଶିକାର କରିଥିଲା। ଏହି ସମୟରେ ଶାଗୁଣା କୁମ୍ଭୀର ପାଟିରୁ ଶିକାର ଚଢାଇ ନିଜର ଆହାର କରିବାକୁ ଚିନ୍ତା କରିଥିଲା। କୁମ୍ଭୀର ଶିକାର କରି ଖାଇବା ସମୟରେ ଆକାଶରେ ଉଡ଼ୁଥିବା ଏକ ଚିଲ କୁମ୍ଭୀର ପାଖରୁ ଶିକାର ଛଡାଇ ନେବାକୁ ଉଦ୍ୟମ କରିଥିଲେ।

ଫଳରେ ଉଭୟଙ୍କ ମଧ୍ୟରେ ଛକା-ପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା। କୁମ୍ଭୀର ଶିକାର କରିଥିବା ଖାଦ୍ୟଟି ଅଧିକ ଓଜନିଆ ଥିବାରୁ ଚିଲ ପାଖରୁ ଖସି ପଡ଼ିଥିଲା। ଫଳରେ ପରିଶ୍ରମୀ ହିଁ ଫଳ ପାଇଥିଲା। ଅର୍ଥାତ୍ କୁମ୍ଭୀର ହିଁ ନିଜ ଶିକାରର ଉପଭୋଗ କରିଥିଲା।

Advertisment

କ୍ରୁଗର ଜାତୀୟ ଉଦ୍ୟାନ ବୁଲି ଯାଇଥିବା ଜଣେ ପର୍ଯ୍ୟଟକ ପୂରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଚିଲ ଆଉ କୁମ୍ଭୀରର ଏହି ମିଠା ହରକତର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।  

Wild Animals Video Eagle And Crocodile Viral Video