Advertisment

ସମ୍ବରରୁ ମିଳିଲା ମଲା ମୂଷା, ରେଷ୍ଟୁରାଣ୍ଟରେ ପଡ଼ିଲା ତାଲା

ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ସମ୍ବରରେ ମଲା ମୂଷା ଠାବ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଶାସନ ରେଷ୍ଟୁରାଣ୍ଟକୁ ସିଲ କରି ଦେଇଛି।

Rat

Rat

Advertisment

ଅସ୍ୱାସ୍ଥ୍ୟକର ପରିବେଶରେ ଲୋକଙ୍କୁ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଗୋଟିଏ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁଜରାଟର ନିକୋଲ ଠାରେ ଥିବା ଗୋଟିଏ ରେଷ୍ଟରାଣ୍ଟର ସମ୍ବରରୁ ମଲା ମୂଷା ମିଳିଛି। ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ସମ୍ବରରେ ମଲା ମୂଷା ଠାବ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଶାସନ ରେଷ୍ଟୁରାଣ୍ଟକୁ ସିଲ କରି ଦେଇଛି।

Advertisment

ଅହମଦାବାଦ ମହାନଗର ନିଗର ସ୍ୱାସ୍ଥ୍ୟ ବିଭାଗ ନିକଟରେ କେଭାଡିୟା ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଷ୍ଟୁରାଣ୍ଟ ସବୁ ପ୍ରକାରର ସ୍ୱାସ୍ଥ୍ୟକର ପରିବେଶ ନିୟମକୁ ଉଲ୍ଲଙ୍ଘନ କରିଥିଲା।

ପ୍ରଥମେ ବିଭାଗ ପକ୍ଷରୁ ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ରେଷ୍ଟୁରାଣ୍ଟକୁ ନୋଟିସ କରାଯାଇଥିଲା। ଏହାପରେ ଏହାକୁ ସିଲ କରାଯାଇଛି। ଖାଦ୍ୟ ପ୍ରସ୍ତୁତ ହେଉଥିବା କିଚେନରେ କୌଣସି ପ୍ରକାରର ପରିଷ୍କାର ପରିଚ୍ଛତା ଅବଲମ୍ବନ କରାଯାଉ ନଥିଲା। ଫଳରେ ମୂଷା ଠାରୁ ଆରମ୍ଭ କରି ଅନ୍ୟ ଜନ୍ତୁଜୁନ୍ତା ବେଶ ସହଜରେ ସେଠାରେ ଚଳପ୍ରଚଳ କରୁଥିଲେ।

Advertisment

ଖାଦ୍ୟ ପ୍ରସ୍ତୁତରେ ମଧ୍ୟ ହାଇଜିନ ମେଣ୍ଟ କରାଯାଉ ନଥିଲା। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରାଯାଉଥିବା ନୋଟିସରେ ଉଲ୍ଲେଖ କରାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଏବେ ରେଷ୍ଟୁରାଣ୍ଟ ପକ୍ଷରୁ ପ୍ରଶାସନ ଉଠାଇଥିବା ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଓ ତ୍ରୁଟିକୁ ସୁଧାରିବାକୁ ପଡ଼ିବ। ଏହାପରେ ପୁଣି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ।

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe