Advertisment

ମଝି ରାସ୍ତାରେ ବିଦ୍ୟୁତ ଖୁଣ୍ଟ, ସିଦ୍ଧାନ୍ତ ହେଲେ ତାଟକା

ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କିଛି ବିଜେପି କର୍ମୀ ଉକ୍ତ ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ।

Odisha

Odisha

Advertisment

ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ବିଚ ରାସ୍ତାରେ ବିଜୁଳି ଖୁଣ୍ଟ ରହିଛି? ଆଜ୍ଞ ହଁ, କଥାଟା ପୂରା ସତ। ଗାଡ଼ି ମୋଟର ଯାଉଥିବା ଗୋଟିଏ ରାସ୍ତାର ପୂରା ମଝିରେ ପୋତା ଯାଇଛି ସିମେଣ୍ଟର ବିଜୁଳି ଖୁଣ୍ଟ।

Advertisment

ଏ ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ସିନ୍ଧବା ପଦ୍ମପୁର ରାସ୍ତାରେ। ଏହାକୁ ଦେଖି କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଦିଗପହଣ୍ଡିର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଚକିତ ହୋଇଛନ୍ତି। ଆଜି ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କିଛି ବିଜେପି କର୍ମୀ ଉକ୍ତ ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ।

ସମସ୍ତେ କାରରେ ଯାଉଥିବା ବେଳେ ସିଦ୍ଧାନ୍ତ ରାସ୍ତା ମଝିରେ ବିପଦଜନକ ଭାବେ ରହିଥିବା ବିଜୁଳି ଖୁଣ୍ଟକୁ ଦେଖି ଗାଡ଼ି ଅଟକାଇଥିଲେ। ସେ ଗାଡ଼ିରୁ ଓହ୍ଲାଇ ରାସ୍ତା ମଝିରେ କେମିତି ବିଜୁଳି ଖୁଣ୍ଟ ରହିଛି, ସେନେଇ ସ୍ଥାନୀୟ ଲୋକ ଓ ବିଜେପି କର୍ମୀଙ୍କ ସହ କଥା ହୋଇଥିଲେ। ସେ ଏତେ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ବିଜୁଳ ଖୁଣ୍ଟିର ଚାରି ପାଖରେ ବୁଲିବୁଲି ଏହାକୁ ଦେଖିଥିଲେ। 

Advertisment

ରାସ୍ତା ମଝିରେ ସିମେଣ୍ଟର ବିଜୁଳି ଖୁଣ୍ଟ ରହିଥିବା ବେଳେ ତାର ମଧ୍ୟ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବିପଦଜନକ ଭାବେ ବିଜୁଳି ତାର ଗୁଡ଼ିକ ମଧ୍ୟ ଯାଇଛି। 

ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଲୋକଙ୍କ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ ହୋଇଥିବା ବେଳେ କିଭଳି ଟାଟା ପାୱାର ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ବଦ୍ୟୁତ ଖୁଣ୍ଟକୁ ପୋତିଛି, ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Odisha Bjp Siddhanta Mahapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe